OAS ସ୍ବାମୀଙ୍କ ନାଁରେ ଥାନାରେ ଅଭିଯୋଗ କଲେ ସ୍ତ୍ରୀ;ନବଜାତ ପୁଅକୁ ସ୍ବାମୀ ଗ୍ରହଣ କରୁ ନଥିବା…

ଭୁବନେଶ୍ବର: ଓଏଏସ୍ ଅଧିକାରୀଙ୍କ ନାଁରେ ମହିଳା ଥାନାର ଦ୍ବାରସ୍ଥ ହେଲେ ପତ୍ନୀ । ହସ୍ପିଟାଲ ବେଡ଼ରେ ସ୍ତ୍ରୀ ପିଲାକୁ ଛାଡି ଚାଲିଗଲେ ଓଏଏସ୍ ବାବୁ। ପତ୍ନୀ ଓ ନବଜାତ ପୁଅ ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ଯାତନାର ଅଭିଯୋଗ ହୋଇଛି ।ଭୁବନେଶ୍ୱର ମହିଳା ଥାନାରେ ଏପରି ଅଭଯୋଗ କରିଛନ୍ତି ଓଏଏସ୍ ଅଫିସର ସାର୍ଥକ ମହାପାତ୍ରଙ୍କ ପତ୍ନୀ ଅର୍ଚ୍ଚନା ଦାଶ ।

 

ଅଭିଯୋଗ ଅନୁସାରେ, ୨୦୨୪ ମସିହା ଫେବ୍ରୁଆରି ମାସରେ ବୈଦିକ ରୀତିନୀତିରେ ସାର୍ଥକ ସୌରଭଙ୍କ ସହ ଅର୍ଚ୍ଚନାଙ୍କର ବିବାହ ହୋଇଥିଲା। ଏହାପରେ ଅର୍ଚ୍ଚନାଙ୍କ ଗତ ମେ ମାସ ୭ ତାରିଖରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା। ତେବେ ପୁଅ ଜନ୍ମ ହେବାର ପରେ କାହାକୁ ନଜଣାଇ ସାର୍ଥକ ତାଙ୍କୁ ଛାଡି ଚାଲିଯାଇଛନ୍ତି । ଅନ୍ୟପଟେ ସ୍ୱାମୀଙ୍କ ସହ ଶାଶୁ ଓ ନଣନ୍ଦଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। ତାଙ୍କୁ ଓ ତାଙ୍କ ନବଜାତ ପୁଅକୁ ସ୍ୱାମୀ ଗ୍ରହଣ କରୁ ନଥିବା ଅଭିଯୋଗ କରିଥିବାବେଳେ ଅନ୍ୟପକ୍ଷେ ସାର୍ଥକ ମହାପାତ୍ର ସବୁ ଜବାବ ଥାନାରେ ଦେବେ ବୋଲି କହିଛନ୍ତି।

 

ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି, ଆମେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ସାର୍ଥକ ମହାପାତ୍ର ସକାରାତ୍ମକ ପ୍ରତିକ୍ରିୟା ଦେଇନଥିଲେ। ତେଣୁ ପୋଲିସରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛୁ।

Leave A Reply

Your email address will not be published.