ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଳାନି ଆଶ୍ୱସ୍ତି,ମେ’ ୭ରେ ପୁଣିଥରେ କୋର୍ଟରେ ହାଜର ହେବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଳାନି ଆଶ୍ୱସ୍ତି । ମଦଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ଙ୍କୁ କୋର୍ଟ ମେ’ ୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । କେଜ୍ରିୱାଲ ମେ’ ୭ରେ ପୁଣିଥରେ କୋର୍ଟରେ ହାଜର ହେବେ । ନ୍ୟାୟିକ ହେପାଜତ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲରୁ ହାଜର ହୋଇଥିଲେ ।  ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମଙ୍ଗଳବାର କେଜ୍ରିୱାଲଙ୍କ ସମେତ କବିତା ଏବଂ ଚାନପ୍ରୀତ ସିଂଙ୍କ ନ୍ୟାୟିକ ହେପାଜତ ଆସନ୍ତା ମେ ୭ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି ।ଦିଲ୍ଲୀ ମଦଦୁର୍ନୀତି ମାମଲାରେ ଏହି ତିନିଜଣଙ୍କ ହେପାଜତକୁ ୧୪ ଦିନ ବୃଦ୍ଧି କରାଯାଇଛି ।ସୂଚନା ଅନୁସାରେ ଗତକାଲି ଆମ୍ ଆଦମୀ ପାର୍ଟି ମୁଖ୍ୟଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏଥିରେ  ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିୟମିତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଅନୁମତି ମାଗିଥିଲେ କେଜ୍ରିଓ୍ବାଲ । କହି ରଖୁଛୁ, ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୨ରେ ଦିଲ୍ଲୀର ଟ୍ରାଏଲ କୋର୍ଟ ୬ ଦିନ ପାଇଁ ରିମାଣ୍ଡରେ ପଠାଇଥିଲେ । ଏହାପରେ ଏହାକୁ ଆଉ ୪ ଦିନ ବୃଦ୍ଧି କରାଯାଇଥିଲା । ସୂଚନା ଅନୂଯାୟୀ, ବର୍ତ୍ତମାନ  କେଜ୍ରିଓ୍ଵାଲଙ୍କୁ ତିହାର ଜେଲ୍‌ରେ ପ୍ରଥମ ଥର ଇନ୍‌ସୁଲିନ ଦିଆଯାଇଛି । ତିହାରରେ ତାଙ୍କର ସୁଗାର ଲେବଲ୍‌ କ୍ରମାଗତ ଭାବେ ବଢ଼ିଚାଲିଥିଲା । ଯାହାପରେ ତାଙ୍କୁ ଏଠାରେ ଇନ୍‌ସୁଲିନ ଦିଆଯାଇଛି ।

Leave A Reply

Your email address will not be published.