ଚୀନରେ SCO ସମ୍ମିଳନୀ: ଭାରତର ସଫଳତା, ଟ୍ରମ୍ପଙ୍କୁ ଟେନସନ

ବେଜିଂ: ଚୀନର ତିୟାନଜିନରେ ହୋଇଥିବା SCO ସମ୍ମିଳନୀ ଭାରତ ପାଇଁ ସଫଳ ହେଲା। ଏହି ସମ୍ମିଳନୀ ଉପରେ ଆମେରିକା ସମେତ ପଶ୍ଚିମ ଦେଶମାନଙ୍କ ନଜର ଥିଲା। ଏଠାରୁ ଏମିତି କିଛି ନିର୍ଯାସ ବାହାରିଲା ଯାହା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିନ୍ତାରେ ପକାଇଛି। ଏଥିପାଇଁ ଟ୍ରମ୍ପ ନିଜେ ଦାୟୀ ବୋଲି କୁହାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅନ୍ତର୍ଜାତୀୟ ମଞ୍ଚରୁ ଆତଙ୍କବାଦ ବିରୋଧରେ ଜୋରଦାର ଆକ୍ରମଣ କରିଛନ୍ତି। ସେ କହିଛନ୍ତି, “କିଛି ଦେଶ ଆତଙ୍କବାଦକୁ ସମର୍ଥନ କରୁଛନ୍ତି। ଏହା କେବେ ଗ୍ରହଣୀୟ ହେବ କି?” ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ମାନବତା ପାଇଁ କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ଏହା ସହ ସେ ଟ୍ରମ୍ପଙ୍କ ବ୍ୟାପାର ନିୟମ (ଟାରିଫ) ଉପରେ ମଧ୍ୟ ନିଶାନା କରିଛନ୍ତି। ସେ କହିଛନ୍ତି, “ଏକଚ୍ଛତ୍ରବାଦ ଓ ଦବଦବା ନୀତି ବିପଦଜନକ।” ଏହା ଆମେରିକା ପାଇଁ ଏକ ସଂକେତ ଥିଲା।

ଟ୍ରମ୍ପଙ୍କ ଟାରିଫ ନୀତି ଭାରତ ଓ ଆମେରିକା ମଧ୍ୟରେ ଦୂରତା ବଢ଼ାଇଛି। ଏହା ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉଦ୍ଦେଶ୍ୟ ପୂରଣ କରିଛି। ଗତ ମାର୍ଚ୍ଚରେ ଭାରତ-ଆମେରିକା ସମ୍ପର୍କ ମଜଭୁତ ଥିଲା। ଫେବୃଆରୀରେ ମୋଦୀଙ୍କ ଆମେରିକା ଗସ୍ତରେ ଟ୍ରମ୍ପ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ। କିନ୍ତୁ ଟ୍ରମ୍ପଙ୍କ ନୂଆ ଟାରିଫ ନୀତି ଏହାକୁ ବଦଳାଇ ଦେଇଛି।

ଏହି ସମ୍ମିଳନୀରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେଲା। ଉଭୟ ନେତା କହିଛନ୍ତି, “ଭାରତ ଓ ଚୀନ ପ୍ରତିଦ୍ୱନ୍ଦୀ ନୁହଁନ୍ତି, ବିକାଶର ସାରଥି।” ଏହା ଆମେରିକା ପାଇଁ ଏକ ବଡ଼ ସଙ୍କେତ। ଏହା ସହ ମୋଦୀ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ସହ ମଧ୍ୟ ବୈଠକ କରିଛନ୍ତି। ଏହି ତିନି ନେତାଙ୍କ ମିଳନ ଆମେରିକାକୁ ଚିନ୍ତାରେ ପକାଇଛି।

ଭାରତ-ଚୀନ ସମ୍ପର୍କ ମଜଭୂତ ହେଲେ ବ୍ରିକ୍ସ ଆହୁରି ଶକ୍ତିଶାଳୀ ହେବ। କିନ୍ତୁ QUAD ସମ୍ମିଳନୀର ଭବିଷ୍ୟତ ଅନିଶ୍ଚିତ। ଟ୍ରମ୍ପ ଏଥିରେ ଯୋଗ ନଦେବାକୁ ମନା କରିଛନ୍ତି। ବ୍ରାଜିଲର ରାଷ୍ଟ୍ରପତି ମଧ୍ୟ ଟ୍ରମ୍ପଙ୍କୁ ଅଣଦେଖା କରି ମୋଦୀଙ୍କ ସହ କଥା ହେବାକୁ ଚାହୁଁଛନ୍ତି।

ଭାରତ ଏହି ସମୟରେ ସତର୍କତା ସହ ପାଦ ଥାପୁଛନ୍ତି। ସେ QUAD କୁ ଶେଷ ମାନୁନାହିଁ ଓ ବ୍ରିକ୍ସକୁ ଅଧିକ ଗୁରୁତ୍ୱ ଦେଉନାହିଁ। ଚୀନରେ ହେବାକୁ ଥିବା ସୈନ୍ୟ ପରେଡ଼ରେ ଭାରତ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ସେ QUAD ସଦସ୍ୟ ଜାପାନକୁ ନାରାଜ କରିବାକୁ ଚାହୁଁନାହିଁ।

Leave A Reply

Your email address will not be published.