ଷ୍ଟଡି ଇନ ଇଣ୍ଡିଆ ପୋର୍ଟାଲର ଲଞ୍ଚ୍‌ : ଧର୍ମେନ୍ଦ୍ର

 ନୂଆଦିଲ୍ଲୀ:  ଆରମ୍ଭ ହେଲା ଭାରତରେ  ଷ୍ଟଡି ଇନ ଇଣ୍ଡିଆ ପୋର୍ଟାଲ । ଭାରତରେ ଅନ୍ତର୍ଜାତୀୟ ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ନେଇ ଏହି ଷ୍ଟଡି ଇନ ଇଣ୍ଡିଆ ପୋର୍ଟାଲ ଆରମ୍ଭ ହୋଇଛି।  ଏହି ପୋର୍ଟାଲ କେନ୍ଦ୍ର ଶିକ୍ଷା ବିଭାଗ ତରଫରୁ ଲୋକାର୍ପିତ କରାଯାଇଛି। ଲୋକାର୍ପିତ ଉତ୍ସବରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ  କହିଛନ୍ତି ଯେ, ଏହି ପୋର୍ଟାଲ ମାଧ୍ୟମରେ ଭାରତରେ ବର୍ତ୍ତମାନ ୨୪୦ରୁ ଅଧିକ  କ୍ୱାଲିଟ୍‌ ଇନଷ୍ଟିଟ୍ୟସନ୍‌ ସ୍ଥାପିତ ଅଛି। ୨୬୦୦ ରୁ ଅଧିକ କୋର୍ସ ଏହା ମଧ୍ୟମରେ ଅଫର କରାଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।  

ବହୁ ପୁରାତନ ସମୟରୁ ଭାରତରେ ଫରେନ୍‌ ଷ୍ଟୁଡେଣ୍ଟ ଏବଂ ଫରେନ୍‌  ଫାକଲଟି ଆସିବାର ପରମ୍ପରା  ରହିଆସିଛି।  ସାରା ବିଶ୍ୱରେ ଶିକ୍ଷା କ୍ଷେତ୍ରରେ ଭାରତ ଯେଉଁ  ଦକ୍ଷତା  ପ୍ରକଟ କରିଛି ଏବଂ  ନଲେଜ ଶିଷ୍ଟମକୁ ଆଗକୁ ନେଉଛି  ଯାହା ନୂଆ ପିଢିଙ୍କୁ ଉପଲବ୍ଧ କରାଇବ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ନିର୍ଣ୍ଣୟ ବୋଲି ଧର୍ମେନ୍ଦ୍ର କହିଛନ୍ତି।  ମୋଦିଙ୍କ ଏହି ଲକ୍ଷକୁ ଆଗକୁ ନେଇ ଯିବା ପାଇଁ  ଷ୍ଟଡି ଇନ ଇଣ୍ଡିଆ ପୋର୍ଟାଲର ଲଞ୍ଚ୍‌ କରାଯାଇଛି।  ଭାରତରେ ଅନ୍ତର୍ଜାତୀୟ ଛାତ୍ରଙ୍କ  ଶିକ୍ଷା ପାଇଁ ଏହି ପୋର୍ଟାଲ ସହାୟକ ହେବ। ଭାତରରେ ସ୍ନାତକ UG,  ସ୍ନାତକୋତ୍ତର  PG , Phd ସହିତ ଆୟୁର୍ବେଦ, ଶାସ୍ତ୍ରୀୟ କଳା ଅଧ୍ୟୟନ କରିବେ ଅନ୍ତର୍ଜାତୀୟ ଛାତ୍ର ଛାତ୍ରୀ। ଏହା ସହିତ ଗବେଷଣା ପାଇଁ ମଧ୍ୟ ଏହି ପୋର୍ଟଲ ସାହାଯ୍ୟ କରିବ। ଯେଉଁମାନେ ଭାରତର ଶିକ୍ଷା ପାଇଁ ଇଚ୍ଛା କରିବେ ସେମାନେ ପ୍ରଥମେ ଏହି ପୋର୍ଟାଲ ରେ ରେଜିଷ୍ଟ୍ରେସନ କରିବେ। 

Leave A Reply

Your email address will not be published.