ତୋଶାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଇମ୍ରାନ୍‌ ଖାଁ

ବହୁ ଚର୍ଚ୍ଚିତ ତୋଷଖାନା ମାମଲାରେ ପାକିସ୍ତାନ ପୂର୍ବତନ ମନ୍ତ୍ରୀ ଇମରାନ ଖାନ ଦୋଷୀ ସାବ୍ୟସ୍ତ। ପାକିସ୍ତାନର ଏକ ଟ୍ରାଏଲ କୋର୍ଟ ଇମରାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାୟ ଶୁଣାଇ ଅଦାଲତ ଇମରାନଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରିଛନ୍ତି। ଏହି ରାୟ ପ୍ରକାଶ ପାଇଲା ପରେ ତାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି।

ପାକିସ୍ତାନୀ ଖବରକାଗଜ The Dawn ରିପୋର୍ଟ କରିଛି ଯେ, ଆଜି ଇସଲାମାବାଦର ଏକ ଟ୍ରାଏଲ କୋର୍ଟ ପିଟିଆଇ (ପାକିସ୍ତାନ ତେହରିକ-ଇ-ଇନସାଫ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରୀ ସମ୍ପତ୍ତିର ଘୋଟାଲା କରିବା ସହ ନିର୍ବାଚନ କମିଶନଙ୍କୁ ଭୁଲ୍ ତଥ୍ୟ ଦେଇଥିବା କହିଛନ୍ତି। ଏହି ମାମଲାରେ ଅଦାଲତ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ପକାଇଛନ୍ତି। ଜରିମାନା ଅନାଦେୟ ୬ ମାସ ଅତିରିକ୍ତ କାରାଦଣ୍ଡାଦେଶ ଶୁଣାଇଛନ୍ତି

ଆଜି ଶୁଣାଣି ସମୟରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ହୁମାୟୁନ ଦିଲୱାର କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କରାଯାଇଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ସମୟରେ ୧୪ କୋଟି ଟଙ୍କା ଠକେଇ କରିଛନ୍ତି। ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତାଙ୍କୁ ଗିରଫ କରିବା ପାଇଁ ଇସଲାମାବାଦ ପୋଲିସ ଏକ ୱାରେଣ୍ଟ ଜାରି କରିଛି।  

ତୋଷଖାନା ମାମଲା କଣ:- ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦେଶବିଦେଶରୁ ମିଳିଥିବା ଉପହାରଗୁଡ଼ିକୁ ଇମ୍ରାନ ଖାନ୍‌ ବିକ୍ରି କରିଦେଇଥିଲେ। ଏ ବାବଦରେ ସେ ପ୍ରାୟ ୧୪ କୋଟି ଟଙ୍କାର ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା। ଏସବୁ ଉପହାର ପାକିସ୍ତାନ ସରକାରଙ୍କର ହୋଇଥିବାବେଳେ ଇମ୍ରାନ ସେଗୁଡ଼ିକୁ ନିଜର କରିନେଇଥିଲେ। 

Leave A Reply

Your email address will not be published.