ବିଜୟ ଧାରା ବଜାୟ ରଖିଲା ଭାରତ; ପରବର୍ତ୍ତୀ ମ୍ୟାଚରେ ପାକ୍ ସହ ଟକ୍କର

ନୂଆଦିଲ୍ଲୀ:ଭାରତୀୟ ଜୁନିଅର ପୁରୁଷ ହକି ଦଳ ରବିବାର ଦିନ ଜୋହୋର ବାହରୁ (ମାଲେସିଆ)ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୨ ଗୋଲରେ ସହଜ ବିଜୟ ହାସଲ କରିଛି । ଫଳରେ ସୁଲତାନ ଜୋହୋର କପରେ ବିଜୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ । ଭାରତ ଟିମ୍ ପକ୍ଷରୁ ଅର୍ଶଦୀପ ସିଂହ (୨ ମିନିଟ୍), ପିବି ସୁନୀଲ (୧୫ ମିନିଟ୍), ଆରାଇଜିତ ସିଂହ ହୁଣ୍ଡାଲ (୨୬ ମିନିଟ୍) ଏବଂ ରୋମାନ କୁମୁର (୪୭ ମିନିଟ୍) ଗୋଲ ସ୍କୋର କରିଥିଲେ ।

ବିପକ୍ଷ ଦଳ ନ୍ୟୁଜିଲାଣ୍ଡ ପକ୍ଷରୁ ଗସ୍ ନେଲସନ୍ (୪୧ ମିନିଟ୍) ଏବଂ ଆଇଡାନ୍ ମ୍ୟାକ୍ସ (୫୨ ମିନିଟ୍) ଗୋଲ କରିଥିଲେ ।

ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ଗ୍ରେଟ୍ ବ୍ରିଟେନକୁ ୩-୨ଗୋଲରେ ପରାସ୍ତ କରି ବିଜୟୀ ଅଭିଯାନ ଆରମ୍ଭ କରିବା ପରେ, ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଦମଦାର୍ ପ୍ରଦର୍ଶନ କରିଛି ।

ସୂଚନାଥାଉକି, ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ଭାରତୀୟ ଜୁନିଅର ପୁରୁଷ ହକି ଦଳର କୋଚ୍ ପି.ଆର. ଶ୍ରୀଜେଶ (PR Sreejesh) ସାକ୍ଷାତକାରରେ କହିଥିଲେ, “ଆମକୁ ଏକ ଭଲ ଡିଫେନସିଭ ପ୍ରଦର୍ଶନ କରିବାକୁ ପଡିବ।” ତେବେ କୋଚ୍ ପି.ଆର.ଶ୍ରୀଜେଶଙ୍କ ଆଶା ଅନୁଯାୟୀ ଖେଳ ପ୍ରଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆ ।

ଭାରତ ପରବର୍ତ୍ତୀ ମ୍ୟାଚ ୧୪ ଅକ୍ଟୋବରରେ ୧୮.୦୫ ଘଣ୍ଟା ISTରେ ପାକିସ୍ତାନ ବିପକ୍ଷରେ ଖେଳିବ ।

Leave A Reply

Your email address will not be published.