ପୁରୀ: ପୁରୀ ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ସଦର ଥାନା ଅନ୍ତର୍ଗତ ଖଡ଼ିପଦା ଗାଁରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ୭ ଲକ୍ଷ ୭୧ ହଜାର ଟଙ୍କା ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ଜଟିଆ ଓରଫ ସୋମନାଥ ରାଉତ ସହ ୧୪ ଅଭିଯୁକ୍ତଙ୍କୁ ଗିରଫ କରିଛି ସଦର ଥାନା ପୋଲିସ ।