ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ରହିବ ଭାରତ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପରିବର୍ତ୍ତିତ ବିଶ୍ୱ ବ୍ୟବସ୍ଥାରେ ଭାରତ ବିଶ୍ୱ ବନ୍ଧୁ ଭାବରେ ଆଗକୁ ବଢୁଛି ଏବଂ ସମଗ୍ର ବିଶ୍ୱ ଆଜି ଭାରତକୁ ସ୍ଥିରତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ଗ୍ରହଣ କରୁଛି।

ଆଜି ଗୁଜୁରାଟର ଗାନ୍ଧିନଗରର ମହାତ୍ମା ମଣ୍ଡପରେ ଅନୁଷ୍ଠିତ ଦଶମ ଭାଇବ୍ରାଂଟ ଗୁଜୁରାଟ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ମୋଦୀ ନିରନ୍ତର ଶିଳ୍ପ ଭିତ୍ତିଭୂମି, ନୂତନ କୌଶଳ, ସବୁଜ ଏବଂ ଅକ୍ଷୟ ଶକ୍ତି ବିକାଶ ତଥା ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନକୁ ସକ୍ଷମ କରିବା ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ଭାରତ ରହିବ ବୋଲି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

ବ୍ୟବସାୟ ପାଇଁ ପୂର୍ଣ୍ଣ ସମର୍ଥନ ନିଶ୍ଚିତ କରି ଶ୍ରୀ ମୋଦୀ ବ୍ୟବସାୟୀଙ୍କ ସ୍ୱପ୍ନକୁ ସାକାର କରିବାରେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସଂକଳ୍ପବଦ୍ଧ ବୋଲି କହିଛନ୍ତି।

Leave A Reply

Your email address will not be published.