ହୁଣ୍ଡାଇର ଆକର୍ଷଣୀୟ ଫାଇନାନ୍ସ ସ୍କିମ୍‌

ଭୁବନେଶ୍ବର: ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଜୁନ୍ ମାସ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ‌ୟେସ୍‌ ବ୍ୟାଙ୍କ ଭଳି ବ୍ୟାଙ୍କ ଓ ‌ମହିନ୍ଦ୍ରା ଏବଂ ଚୋଳମଣ୍ଡଳମ୍ ଫାଇନାନ୍ସ ଭଳି ଆର୍ଥିକ ସଂସ୍ଥାକୁ ନେଇ କଂପାନି ଏହି ସ୍କିମ୍ ଆଣିଛି। ଗ୍ରାହକମାନଙ୍କ ପାଇଁ ଲମ୍ବା ଅବଧିର ସ୍କିମ୍ ରହିଛି। ଯେର୍ଉମାନେ କମ୍ ଇଏମ୍‌ଆଇ ଦେବାକୁ ଚାହୁଛନ୍ତି ସେମାନେ ଆଠ ବର୍ଷର ଋଣ ପରିଶୋଧ ଅବଧି ଚୟନ କରିପାରିବେ। ଯେଉଁ ଗ୍ରାହକମାନେ କମ୍ ଡାଉନ୍‌‌ ପେମେଣ୍ଟ୍‌ ଦେଇ ଗାଡ଼ି କିଣିବାକୁ ଚାହୁଛନ୍ତି ସେମାନେ ଗାଡ଼ିର ଅନ୍‌ରୋଡ୍‌ ମୂଲ୍ୟର ୧୦୦ ପ୍ରତିଶତକୁ ଫାଇନାନ୍ସ କରିପାରିବେ। ଗ୍ରାହକମାନେ ଗାଡ଼ି କିଣିବା ବେଳେ ମୋ‌ରାଟୋରିଅମ୍ ସୁବିଧା ନେଇପାରିବେ। ପ୍ରଥମେ ଗାଡ଼ି କିଣିବେ ଓ ୬୦ ଦିନ ପରେ କିସ୍ତି ଶୁଝିବା ଆରମ୍ଭ କରିପାରିବେ। ଏହା ବ୍ୟତୀତ କଂପାନି ପକ୍ଷରୁ ଗ୍ରାହକଙ୍କ ପାଇଁ ୩ କିମ୍ବା ୬ ମାସିଆ କମ୍ ଇଏମ୍‌ଆଇ ସ୍କିମ୍ ମଧ୍ୟ ଅଣାଯାଇଛି। ଗ୍ରାହକମାନେ ଚାହିଲେ ତିନି, ଚାରି କିମ୍ବା ପାଞ୍ଚ ବର୍ଷିଆ ଅବଧିର ଋଣ ନେଇ ପ୍ରଥମ ତିନି କିମ୍ବା ଛଅ ମାସ କମ୍ ପରିମାଣର କିସ୍ତି ଦେଇପାରିବେ।

Leave A Reply

Your email address will not be published.