ରାଗିଗଲେ ସନି ଦେଓଲ, ଘର ସାମ୍ନାରେ ପାପରାଜିଙ୍କ ଉପରେ ବର୍ଷିଲେ…

ମୁମ୍ବାଇ:  ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଜିକାଲି ଖବରରେ ରହିଛନ୍ତି । ନିକଟରେ ତାଙ୍କର ଦେହାନ୍ତ ହୋଇଯାଇଛି ବୋଲି ଖବର ଭାଇରାଲ ହେବା ପରେ ଗଣମାଧ୍ୟମ ଉପରେ ଏବେ ଖପ୍ପା ରହିଛନ୍ତି ପରିବାର । ଯାହାକୁ ନେଇ ସ୍ତ୍ରୀ ହେମାମାଳିନୀ ଏବଂ ଝିଅ ଉଭୟ ସୋସିଆଲ ମିଡିଆ ଖବରକୁ କଡା ନିନ୍ଦା କରିଛନ୍ତି । ହେଲେ ବର୍ତ୍ତମାନ ସେ ସୁସ୍ଥ ହେଉଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ତାଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ସମ୍ପ୍ରତି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେ ଏବେ ସୁରକ୍ଷିତ ଭାବରେ ଘରକୁ ଫେରିଛନ୍ତି। ସେ ଘରେ ଚିକିତ୍ସାଧୀନ ଅଛନ୍ତି ଏବଂ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସୁସ୍ଥ ହେଉଛନ୍ତି। ଯାହାକୁ ନେଇ ତାଙ୍କ ନିକଟତମ ବନ୍ଧୁମାନେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବା ପାଇଁ ତାଙ୍କ ପରିବାରକୁ ଭେଟୁଛନ୍ତି।

ଏହି ସମୟରେ, ତାଙ୍କ ଘର ବାହାରେ ପାପାରାଜିଙ୍କ ଭିଡ଼ ଲାଗିଛି। ଯାହାକୁ ନେଇ ବିରକ୍ତ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ରୀଙ୍କ ପୁଅ । ଆଜି ସକାଳେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସନି ଦେଓଲ କ୍ରୋଧିତ ଦେଖାଯାଉଛନ୍ତି । ଭିଡିଓରେ, ସନି ଦେଓଲ ପାପାରାଜିଙ୍କ ଉପରେ ତାଙ୍କର କ୍ରୋଧ ପ୍ରକାଶ କରି ତାଙ୍କୁ ଗାଳି ଦେଉଥିବା ଦେଖାଯାଉଛି । ଭାଇରାଲ ଭିଡିଓରେ, ସନି ଦେଓଲ ତାଙ୍କ ଘରୁ ବାହାରକୁ ବାହାରି ପାପାରାଜିଙ୍କୁ ତାଙ୍କ ସମ୍ମୁଖରେ ଠିଆ ହୋଇଥିବା ଦେଖି କ୍ରୋଧିତ ହୋଇ ଜୋରରେ ଚିତ୍କାର କରି କହୁଥିବାର ଦେଖାଯାଉଛି ଯେ, “ତୁମେମାନେ ଲଜ୍ଜିତ ନୁହଁ କି? ତୁମର ମଧ୍ୟ ଘରେ ବାପାମାଆ ଏବଂ ପିଲାମାନେ ରହୁଛନ୍ତି, ତୁମେ ଭିଡିଓ ତିଆରି କରୁଛ। ତୁମେ ଲଜ୍ଜିତ ହେଉ ନାହଁ କି?” ଏହି ସମୟରେ, ସନ୍ନି, ହାତ ଯୋଡି ପାପାରାଜିମାନଙ୍କୁ କଡ଼ା ଚେତାବନୀ ଦେଇଥିଲେ। ଭିଡିଓଟି ସ୍ପଷ୍ଟ ଭାବରେ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ଗୁଜବ ଖବର ପ୍ରତି କ୍ରୋଧ ଏବଂ ଚିନ୍ତା ଉଭୟ ଦେଖାଯାଉଛି। ଯାହାକୁ ଯଥାର୍ଥ କହୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।

ତେବେ ବୟସର ଅପରାହ୍ଣରେ ପହଞ୍ଚିଥିବା ୮୯ ବର୍ଷୀୟ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ଏବେ ବୟସାଧିକ ଏବଂ ଶ୍ବାସକ୍ରିୟାଜନୀତ ରୋଗରେ ପୀଡିତ ଅଛନ୍ତି । ଯେଉଁକାରଣରୁ ଗତ ନଭେମ୍ବରୟ ୧୦ରେ, ଧର୍ମେନ୍ଦ୍ରଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିବାର ଖବର ସାମ୍ନାକୁ ଆସିଥିଲା । ଆଉ ଏହା ପରେ ତାଙ୍କର ମୃତ୍ୟୁ ଖବର ଗଣମାଧ୍ୟମ ଏବଂ ସୋସିଆଲ ମିଡିଆର ଶିରୋନାମାରେ ଥିଲା । ଯାହା ସମଗ୍ର ପରିବାର ଏବଂ ପ୍ରିୟଜନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହାପରେ ସ୍ତ୍ରୀ ହେମାମାଳିନୀ ଏବଂ ଝିଅ, ସେ ସୁସ୍ଥ ଥିବା ସ୍ୱାସ୍ଥ୍ୟ ଧୀରେ ଧୀରେ ସୁଧୁରୁଥିବା ସ୍ପଷ୍ଟ କରିଥିଲେ ।

Leave A Reply

Your email address will not be published.