ନୂଆପଡ଼ା ଫଳାଫଳ: ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଷଷ୍ଠ ରାଉଣ୍ଡ ସୁଦ୍ଧା ୨୧ ହଜାର ୯୯୫ ଭୋଟ୍‌ରେ ଆଗୁଆ। ଷଷ୍ଠ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୩୦୬୪୧ ଭୋଟ୍ ମିଳିଛି। ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୮୬୪୬ ଭୋଟ୍ ମିଳିଛି। ତୃତୀୟ ସ୍ଥାନରେ ଘାସିରାମଙ୍କୁ ୭୮୯୧ ଭୋଟ୍ ମିଳିଛି।

ପ୍ରଥମ ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ । ଜୟ ଢ଼ୋଲକିଆଙ୍କୁ ୪୯୦୪ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରୀଆଙ୍କୁ ୧୩୫୭ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୧୩୦୮ ଭୋଟ୍ ପାଇଛନ୍ତି ।

ଦ୍ବିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୦,୪୮୬ ଭୋଟ୍‌ରେ ଆଗୁଆ । ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨୯୨୩ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୨୩୪ ଭୋଟ ପାଇଛନ୍ତି ।

ତୃତୀୟ ରାଉଣ୍ଡରେ ୧୦୦୧୩ ଭୋଟରେ ବିଜେପି ପ୍ରାର୍ଥୀ ଆଗୁଆ । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ୧୪୩୭୦ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରୀଆଙ୍କୁ ୪୩୫୭ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୩୫୩୦ ଭୋଟ ପାଇଛନ୍ତି।

ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୮,୯୦୩ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରୀଆଙ୍କୁ ୫୩୨୦ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୬୦୮୮ ଭୋଟ୍ ପାଇଛନ୍ତି ।

ପଞ୍ଚମ ରାଉଣ୍ଡରେ ୧୮୧୯୫ ଭୋଟରେ ଆଗୁଆ ଜୟ । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ୨୫୧୯୫ ଭୋଟ୍ ମିଳିଛି । ୬୭୯୭ ଭୋଟ ସହ ଦ୍ବିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରିଆଙ୍କୁ ମିଳିଛି ୬୫୩୮ ଭୋଟ୍ ।

Leave A Reply

Your email address will not be published.