‘ଜେଲର’ର ରିଲିଜ୍ ଦିନ ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ବନ୍ଦ ରହିବ ଅଫିସ

ଚେନ୍ନାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଲେ ରଜନୀକାନ୍ତ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ନିଜର ଅଭିନୟ ବଳରେ ଅଭିନେତା ଆଜି କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି। ଆଗକୁ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜେଲର ରିଲିଜ ହେବାକୁ ଥିବା ବେଳେ ଏହାକୁ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି ରଜନୀକାନ୍ତଙ୍କ ପ୍ରଶଂସକ। ଅଗଷ୍ଟ ୧୦ରେ ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିବାକୁ ଥିବା ବେଳେ ବର୍ତ୍ତମାନ ଖବର ମିଳିଛି ଯେ ଚେନ୍ନାଇ ଏବଂ ବେଙ୍ଗାଲୁରୁର କିଛି କାର୍ଯ୍ୟାଳୟ ‘ଜେଲର’ର ମୁକ୍ତିଲାଭ ଦିନରେ ଏହାର କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛି।

ଜାତୀୟ ଗଣମାଧ୍ୟମ ଦି ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ତାମିଲନାଡୁର କିଛି କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ମାଗଣା ଟିକେଟ ବଣ୍ଟନ କରିଛନ୍ତି।ଦୁଇ ବର୍ଷ ପରେ ଫିଲ୍ମ ଜେଲର ସହ ବଡ଼ ପରଦାକୁ ଫେରୁଛନ୍ତି ରଜନୀକାନ୍ତ । ନିକଟରେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଥିଲା ଯେଉଁଥିରେ ରଜନୀକାନ୍ତ ଦମଦାର ଚରିତ୍ରରେ ନଜର ଆସିବେ ବୋଲି ଜଣାଯାଇଥିଲା। ଏହି ଚଳଚ୍ଚିତ୍ରରେ ସେ ଜଣେ ପୁଲିସ କର୍ମଚାରୀଙ୍କ ବାପାଙ୍କ ଭୂମିକାରେ ନଜର ଆସିବେ ବୋଲି ସ୍ପଷ୍ଟ ହୋଇଥିଲା।

Leave A Reply

Your email address will not be published.