ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ; ୧୪ ରେ ଜେରା

ରାଞ୍ଚି: ଜମି ଦୁର୍ନିତୀ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। ମାମଲା ସଂଖ୍ୟା ୨୫/୨୩ ଆଧାରରେ ଏହି ନୋଟିସ୍ ପଠାଯାଇ ଅଗଷ୍ଟ ୧୪ ରେ ହାଜର ହେବାକୁ ଇଡି କାର୍ଯ୍ୟାଳୟକୁ ଡକାଯାଇଛି। ହେମନ୍ତ ସୋରେନଙ୍କ ବିରୋଧରେ ଜାଲ୍ ନାମ ଓ ଠିକଣା ଆଧାରରେ ସେନା ଜମି ଉପରେ ଅବୈଧ କବଜା କରିଥିବା ଅଭିଯୋଗ ହୋଇଛି।

ଏଥିପୂର୍ବରୁ ବେଆଇନ ଖଣି ଖନନ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ୨୦୨୨ ନଭେମ୍ବର ୧୮ରେ ଇଡି ଅଧିକାରୀମାନେ ୧୦ ଘଣ୍ଟା ଧରି ଜେରା କରିଥିଲେ।

ହେମନ୍ତ ଏକ ଖୋଲା ଚିଠି ଲେଖି ଇଡିକୁ ଚ୍ୟାଲେଞ୍ଜ କରିଥିଲେ। ବର୍ତ୍ତମାନ ରାଞ୍ଚି ଡିଭିଜନର ତତ୍କାଳୀନ କମିଶନର ନୀତିନ ମଦନ କଲକର୍ଣ୍ଣୀଙ୍କ ରିପୋର୍ଟ ଆଧାରରେ ଜମି ସ୍କାମ୍ ମାମଲାରେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.