ବିପିଏମ୍ ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଉଦଘାଟନୀ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଗତ ଦୁଇ ଦଶନ୍ଧି ଧରି ଓଡିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଦୃଢ଼ ଏବଂ ସ୍ଥିର ଗତିରେ ବିକାଶ କରି ଚାଲିଛି। ଇନଫୋସିସ୍ ଜାତୀୟ ସ୍ତରରେ ବିଶେଷ କରି ଓଡ଼ିଶାରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି। ଏହି ବିପିଏମ୍ ସେବା ରାଜ୍ୟର ଉଚ୍ଚଶିକ୍ଷିତ ଯୁବପିଢିମାନଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ।

ବିପିଏମ୍ ସେବାଏହା ଇନଫୋସିସର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ। ଏହି ଶାଖା କମ୍ପାନୀ ଆରମ୍ଭ କରି କଳା ଭିତ୍ତିଭୂମି ସ୍ଥିତି ସୁଦୃଢ କରିବ ଇନଫୋସିସ। ପ୍ରଥମ ପର୍ଯ୍ୟାୟରେ ୫ଶହ ଜଣଙ୍କୁ ନିଯୁକ୍ତି ଦିଆଯିବ। ପର୍ଯ୍ୟାୟ କ୍ରମେ ଏହା ୨ ହଜାର ନିଯୁକ୍ତି ସୁଯୋଗ ଯାଏ ବିସ୍ତାର ହେବାର ସମ୍ଭାବନା ରହିଛି। ଏହି କମ୍ପାନୀ ପୂର୍ବ ଭାରତରେ ଇନଫୋସିସର ପ୍ରଥମ ବ୍ୟବସାୟ ପ୍ରକ୍ରିୟା ପରିଚାଳନା ୟୁନିଟ୍।

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ୍ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଇନଫୋସିସ୍‌ର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର (ବିପିଏମ୍) ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ପଟିଆସ୍ଥିତି ଇନଫୋସିସ ପରିସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଫାଇବ-ଟି ସଚିବ ଭିକେ ପାଣ୍ଡିଆନ, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ଉପସ୍ଥିତ ଥିଲେ।

ଉଦଘାଟନୀ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଗତ ଦୁଇ ଦଶନ୍ଧି ଧରି ଓଡିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଦୃଢ଼ ଏବଂ ସ୍ଥିର ଗତିରେ ବିକାଶ କରି ଚାଲିଛି। ଇନଫୋସିସ୍ ଜାତୀୟ ସ୍ତରରେ ବିଶେଷ କରି ଓଡ଼ିଶାରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି। ଏହି ବିପିଏମ୍ ସେବା ରାଜ୍ୟର ଉଚ୍ଚଶିକ୍ଷିତ ଯୁବପିଢିମାନଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ।

ବିପିଏମ୍ ସେବାଏହା ଇନଫୋସିସର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ। ଏହି ଶାଖା କମ୍ପାନୀ ଆରମ୍ଭ କରି କଳା ଭିତ୍ତିଭୂମି ସ୍ଥିତି ସୁଦୃଢ କରିବ ଇନଫୋସିସ। ପ୍ରଥମ ପର୍ଯ୍ୟାୟରେ ୫ଶହ ଜଣଙ୍କୁ ନିଯୁକ୍ତି ଦିଆଯିବ। ପର୍ଯ୍ୟାୟ କ୍ରମେ ଏହା ୨ ହଜାର ନିଯୁକ୍ତି ସୁଯୋଗ ଯାଏ ବିସ୍ତାର ହେବାର ସମ୍ଭାବନା ରହିଛି। ଏହି କମ୍ପାନୀ ପୂର୍ବ ଭାରତରେ ଇନଫୋସିସର ପ୍ରଥମ ବ୍ୟବସାୟ ପ୍ରକ୍ରିୟା ପରିଚାଳନା ୟୁନିଟ୍।

Leave A Reply

Your email address will not be published.