ଖାଲିଦାଙ୍କ ବିୟୋଗରେ ମୋଦିଙ୍କ ଶୋକ, ସାକ୍ଷାତକାରକୁ ମନେ ପକାଇଲେ…

ନୂଆଦିଲ୍ଲୀ: ବାଂଲାଦେଶରେ ବର୍ତ୍ତମାନ ବହୁତ କିଛି ଘଟୁଛି।ବାଂଲାଦେଶ ରାଜନୀତିରେ ଏକ ଯୁଗର ଅନ୍ତ ଘଟିଛି ।ଗୋଟିଏ ପଟେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା, ଅନ୍ୟପଟେ ଖାଲିଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପରେ ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହୋଇଯାଇଥିଲା । ଏହି ସମୟରେ, ବିଏନପି ଅଧ୍ୟକ୍ଷା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କର ଆଜି ସକାଳେ ଢାକାର ଏଭରକେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଡାକ୍ତରଙ୍କ ପରାମର୍ଶକ୍ରମେ ଖାଲେଦା ଜିଆଙ୍କୁ ନଭେମ୍ବର ୨୩ ତାରିଖରେ ଏଭରକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦ୍ ଏବଂ ଫୁସଫୁସ ସଂକ୍ରମଣ ଏବଂ ନିମୋନିଆରେ ପୀଡିତ ଥିଲେ। ୮୦ ବର୍ଷ ବୟସ୍କା ଖାଲେଦା ଜିଆ ଦୀର୍ଘ ଦିନ ଧରି ଅନେକ ଗମ୍ଭୀର ରୋଗରେ ପୀଡିତ ଥିଲେ। ତାଙ୍କର ହୃଦ୍ ରୋଗ, ଯକୃତ ଏବଂ କିଡନୀ ସମସ୍ୟା, ମଧୁମେହ, ଫୁସଫୁସ ରୋଗ, ଗଣ୍ଠି ଯନ୍ତ୍ରଣା ଏବଂ ଆଖି ସମସ୍ୟା ଥିଲା।

ଖାଲିଦା ଜିଆଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ  ପ୍ରଧାନମନ୍ତ୍ରୀ ମୋଦୀ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ବିଏନପି ଅଧ୍ୟକ୍ଷା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ମୃତ୍ୟୁରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ୨୦୧୫ରେ ଢାକାରେ ତାଙ୍କ ସହ ହୋଇଥିବା ସାକ୍ଷାତକୁ ମନେ ପକାଇଛନ୍ତି।

Leave A Reply

Your email address will not be published.