ପୁଲିସ ଗାଡ଼ି ଧକ୍କାରେ ଜିଆରଏସଙ୍କର ଘଟଣାସ୍ଥଳରେ ମୃତ୍ୟୁ, ୩ ପୁଲିସ୍ ଅଧିକାରୀ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପୁଲିସ ଗାଡ଼ି ଧକ୍କାରେ ଜଣେ ଜିଆରଏସଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ପାଖାପାଖି ସାଢେ ୧୧ଟା ସମୟରେ ମାଥିଲି ଥାନା ଆଇଆଇସି ରଘୁନନ୍ଦନ ମାଝି, ଏଏସ୍ ଆଇ ନରେନ୍ଦ୍ର ଭତ୍ରା ଓ ଏସଆଇ କୃତ୍ତିବାସ ବେହେରା ପ୍ରମୁଖ ପୁଲିସ୍ ଗାଡ଼ିରେ ମାଲକାନଗିରି ଅଭିମୁଖେ ଯାଉଥିଲେ। ମାଥିଲି ଥାନା ନିକଟରେ ଜାତୀୟ ରାଜପଥ-୩୨୬ରେ ଗାଡ଼ି ସହ ସାମ୍ନା ପଟୁ ନିଜ ସ୍କୁଟିରେ ଆସୁଥିବା ନାୟକଗୁଡ଼ା ଗ୍ରାମପଞ୍ଚାୟତର ଜିଆରଏସ ବାଲରାଜ ସାହୁଙ୍କର ସାମ୍ନାସାମ୍ନି ଧକ୍କା ହୋଇଥିଲା।

Leave A Reply

Your email address will not be published.