ଖଣ୍ଡଗିରି ଓ ଉଦୟଗିରିକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଉ: ଅପରାଜିତା

ଭୁବେନଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଏବଂ ଉଦୟ ଗିରି ଗୁମ୍ଫାକୁ ବିଶ୍ୱ ଐତିହ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏ ନେଇ ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ।

ସାଂସଦ ଚିଠିରେ ଲେଖିଛନ୍ତି, ଏହି ଦୁଇ ପାହାଡକୁ ବିଶ୍ୱ ଐତିହ୍ୟ ତାଲିକାରେ ସଂରକ୍ଷିତ କରାଗଲେ ଏହାର ରକ୍ଷଣାବେକ୍ଷଣ ଏବଂ ବିକାଶ ହୋଇପାରିବ । ବର୍ତ୍ତମାନ ଏହି ଦୁଇ ଐତିହ୍ୟସ୍ଥଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସ୍ମାରକ ଭାବେ ଘୋଷଣା ହୋଇସାରିଛି। ଖଣ୍ଡଗିରି ଓଉଦୟଗିରି ଗୁମ୍ଫାରେ ଜୈନ ଧର୍ମକୁ ନେଇ ଅନେକ ପଥର ଖୋଦିତ ସ୍ମାରକ ରହିଛି। ଏହାର ରକ୍ଷଣାବେକ୍ଷଣ ASI କରୁଛି । ତେଣୁ  ୟୁନେସ୍କୋ  ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ସବୁ ପ୍ରକାର ଯୋଗ୍ୟତା ଏହାର ରହିଛି ।

ପ୍ରଥମ ଖ୍ରୀଷ୍ଟାବ୍ଦର ସମ୍ରାଟ ଖାରବେଳ ସମୟରେ ଅନେକ ଶିଳାଲିପି ମଧ୍ୟ ପାହାଡରେ ଖୋଦିତ ହୋଇ ରହିଛି। ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାରେ ହୋଇଥିବା ପଥର ଖୋଦେଇ କଳା ଗ୍ରୀକ ଏବଂ ରୋମର ଭାସ୍କର୍ଯ୍ୟ କଳା ସହ ସାମଞ୍ଜସ୍ୟ ରହିଛି। ଏଥିପ୍ରତି ଗୁରୁତ୍ୱ ଦେଇ ଦୁଇ ଐତିହ୍ୟକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କଲେ ଏହି ଦୁଇ ଐତିହ୍ୟର ସୁନ୍ଦର ଭାବେ ରକ୍ଷଣବେକ୍ଷଣ ହୋଇପାରିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ।

Leave A Reply

Your email address will not be published.