ପୁଣି ଚର୍ଚ୍ଚାରେ ତିର୍ତୋଲ ବିଧାୟକ; କରିବେ କି ବିବାହ ?

ଜଗତସିଂହପୁର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । କେତେବେଳେ ପ୍ରେମିକାକୁ ପ୍ରତାରଣା କରି ତ ପୁଣି କେବେ ବିବାହର ପ୍ରତିଶ୍ରୁତି ଦେଇ ଠକି ଦେଇଥିବା ନେଇ ବିବାଦ କୁ ଆସିଥିଲେ ବିଧାୟକ ବିଜୟ ଶଙ୍କର ଦାସ । ଏହାରିଭିତରେ ସାମ୍ନାକୁ ଆସିଛି ଆଉ ଏକ ବଡ ଖବର । ସମ୍ପୂର୍ଣ୍ଣ ରୂପେ ବିବାଦରୁ ବାହାରି ପାରିନଥିବା ବେଳେ ପୁଣି ବିବାହ କରିବାକୁ ମନ ବଳାଇଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର । ତେବେ, ଏଠାରେ ପ୍ରଶ୍ନ ଉଠୁଛି ସେହି ଯୁବତୀ ଜଣକ କିଏ, ଯାହାକୁ ମନ ଦେଇ ବସିଛନ୍ତି ବିଧାୟକ ବାବୁ ?

ତିର୍ତ୍ତୋଲ ବିଧାୟକ ବିବାହ ପାଇଁ କଟକ ସବ-ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ହେଲେ ବାନ୍ଧବୀ ସୋମାଲିକାଙ୍କୁ ନୁହେଁ, ସୋମାଲିକାଙ୍କ ପରେ ପରେ ଯେଉଁ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ସେହି ଯୁବତୀଙ୍କୁ ବିଜୟ ଶଙ୍କର ବିବାହ କରିବା ନେଇ ଚର୍ଚ୍ଚା ହେଉଛି। ତେବେ ଏନେଇ କଟକ ସବ ରେଜିଷ୍ଟ୍ରାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ବାନ୍ଧବୀ ସୋମାଲିକଙ୍କସହ ପ୍ରେମ ସମ୍ପର୍କରେ ରହିଥିବା ବେଳେ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ ବିଧାୟକ । କିନ୍ତୁ ପରେ ବିବାହରୁ ଓହରି ଯାଇଥିଲେ । ଯାହାଫଳରେ ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟଶଙ୍କରଙ୍କ ନାଁରେ ଅଭିଯୋଗ କରିଥିଲେ । ତେବେ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ଏହି ତୃତୀୟ ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଥାନାଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା । ହେଲେ ସେହି ଅଭିଯୋଗରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଲିନଚିଟ ପାଇନାହାନ୍ତି । ଆଉ ଏବେ ପୁଣି ବିବାହ ପାଇଁ କଟକ ରେଜିଷ୍ଟାରଙ୍କ ନିକଟରେ ଆବେଦନ କରିବା ବିଧାୟକଙ୍କ ଅଡୁଆ ବଢାଇବ ଦେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.