ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଆଜି ହେବାକୁ ଯାଉଛି ଆଉ ଏକ ବିଗ୍ ଫାଇଟ୍। ଦୁଇ ଅପରାଜୟ ଟିମ୍ ନ୍ୟୁଜିଲାଣ୍ଡ ଓ ଭାରତ ମୁହାଁମୁହିଁ ହେଉଛନ୍ତି। ଏହି ମହା ଲଢେଇରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ।ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତର ରେକର୍ଡ ଖରାପ ଥିବାବେଳେ ଟିମକୁ ଘାରିଛି ଆହତ ଚିନ୍ତା। ବାଂଲାଦେଶ ବିପକ୍ଷ ମ୍ୟାଚରେ ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାଦ୍ ପଡିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଅଭ୍ୟାସ ବେଳେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା।ତଥାପି, ଚୂଡାନ୍ତ ଏକାଦଶରେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଛି। ସେହିପରି ମହମ୍ମଦ ଶାମିଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମୁକାବିଲାରେ ସାମିଲ କରାଯାଇଛି। ତାଙ୍କୁ ଶାର୍ଦ୍ଦିଲ ଠାକୁରଙ୍କ ବଦଳରେ ସ୍ଥାନ ମିଳିଛି।

ଭାରତର ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(କ୍ୟାପ୍ଟେନ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମାର, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ଶିରାଜ।

ନ୍ୟୁଜିଲ୍ୟାଣ୍ଡ ଚୂଡାନ୍ତ ଏକାଦଶ: ଡେଭନ କୋନୱେ(ୱିକେଟ କିପର୍), ୱିଲ୍ ୟଙ୍ଗ, ରଚିନ ରବିନ୍ଦ୍ର, ଡରୟଲ ମିଚେଲ, ଟମ୍ ଲାଥମ(କ୍ୟାପ୍ଟେନ), ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର, ମଟ୍ଟ ହେନରୀ, ଲୋକି ଫେର୍ଗୁସନ, ଟ୍ରେଣ୍ଚ ବୋଲ୍ଟ

Leave A Reply

Your email address will not be published.