ବିଶ୍ୱକପ୍‌ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ:ବିଶ୍ୱକପ୍‌ କ୍ରିକେଟ୍‌ରେ ଭାରତକୁ ଶକ୍ତ ଝଟ୍‌କା। ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ଆହତ ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଟିମ୍‌ରେ ସାମିଲ୍ କରାଯାଇଛି। ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ପାଣ୍ଡ୍ୟା। ମ୍ୟାଚ୍‌ ଅଧାରୁ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ତେବେ ତାଙ୍କର ଖେଳିବା ନେଇ ଅନେକ ପ୍ରଶ୍ନ ଉଠୁଥିଲା।

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ହାର୍ଦ୍ଦିକଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଯେଉଁ କାରଣରୁ ସେ ମ୍ୟାଚ୍‌ ଅଦାରୁ ଫିଲ୍ଡରୁ ବାହାରି ଯାଇଥିଲେ। ଏଥିପାଇଁ ସେ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ମୁକାବିଲା ଖେଳି ପାରି ନଥିଲେ। ତେବେ ବିଶ୍ୱକପର ଶେଷ ଲିଗ ମ୍ୟାଚ୍‌ ବେଳକୁ ହାର୍ଦ୍ଦିକ ପାଣ୍ତ୍ୟା ଫେରିବେ ବୋଲି କୁହାଯାଉଥିଲା। କିନ୍ତୁ ଏବେ ପାଣ୍ତ୍ୟା ବିଶ୍ୱକପ୍‌ରୁ ବାଦ ପଡ଼ିବା ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ପାଣ୍ତ୍ୟାଙ୍କ ବଦଳରେ ଫାଷ୍ଟ ବୋଲର୍‌ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି। ପ୍ରସିଦ୍ଧ ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.