ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ; କିଏ ଏବଂ କାହିଁକି ଖୋଲିଥିଲା ବୋରୱେଲ ହେବ ତଦନ୍ତ : ଏସପି

ସୁବର୍ଣ୍ଣପୁର : ବୋରୱେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ବୋରୱେଲରୁ ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ମେଡିକାଲ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ନେଇ ଅଗ୍ନିଶମ ଡିଜି ପକ୍ଷରୁ ସୂଚନା ମିଳିଛି। ବୃଦ୍ଧାଙ୍କ ବୟସ ୮୦ ବର୍ଷ ହେବ। ଦୀର୍ଘ ୫ ଘଣ୍ଟା ଅପରେସନ ପରେ ବୃଦ୍ଧାଙ୍କୁ ଗଭୀର ଗାତ ଭିତରୁ ଉଦ୍ଧାର କରାଯାଇଥିଲା। ଗାତ ଭିତରେ ଏକ ସାପ ଥିଲା। କିଛି ଦୂରରେ ଥିବାରୁ ବୃଦ୍ଧାଙ୍କୁ କାମୁଡି ନଥିବା ନେଇ ଅନୁମାନ କରାଯାଉଛି ବୋଲି ଅଗ୍ନିଶମ କର୍ମଚାରୀ କହିଛନ୍ତି।

ଘଟଣା ସ୍ଥଳକୁ ମୁଣ୍ଡଳିରୁ ବାହାରିଲା ୩୧ ଜଣିଆ ଏନଡିଆରଏଫ ଟିମ୍‌‌। ସେକେଣ୍ଡ ଇନ୍‌‌ କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରଙ୍କ ନେତୃରେ ଏହି ଟିମ୍‌‌ ବାହାରିଛି। ଛତିଶଗଡରେ ‘ଅପରେସନ ରାହୁଲ’ରେ ଲିଡ୍‌‌ କରିଥିଲେ ବର୍ଦ୍ଧମାନ। ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ଓଡ୍ରାଫ୍‌‌ ଟିମ୍‌‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍‌‌ ହୋଇଛନ୍ତି।

ବୋରୱେଲରେ ବୃଦ୍ଧା ପଡିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗାତ ଭିତରକୁ ପାଇପ୍‌‌ ଯୋଗେ ଅକ୍ସିଜେନ ପଠାଯାଇଛି। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଚାଲିଛି। ଆଉ ଏକ ଘଣ୍ଟା ମଧ୍ୟରେ ବୃଦ୍ଧାଙ୍କ ନିକଟରେ ପହଞ୍ଚିଯିବ ବୋଲି ଅଗ୍ନିଶମ ଡିଜି କହିଛନ୍ତି। ବୃଦ୍ଧା ଜଣଙ୍କ କୌଣସି ରେସପଣ୍ଡ କରୁନଥିବା ଡିଜି କହିଛନ୍ତି।

Leave A Reply

Your email address will not be published.