ବରଗଡରେ ଥିଲା ଗୁଡ୍ଡୁ ମୁସଲିମ୍‌; ସାମ୍ନାକୁ ଆସିଲା ସିସିଟିଭ ଫୁଟେଜ

ପୁଣି ସାମ୍‌ନାକୁ ଆସିଲା ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମର ଆଉ ଏକ ଭିଡିଓ । ବରଗଡ଼ରେ ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମ ଥିବା ସମୟର ସିସିଟିଭି ଫୁଟେଜ୍‌ ମିଳିଛି । ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ତଥା ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ର ଘନିଷ୍ଠ ସହଯୋଗୀ ହେଉଛି ଗୁଡ୍ଡୁ ମୁସଲିମ୍ । ତେବେ ବରଗଡ଼ରେ ସିସିଟିଭି ଫୁଟେଜ୍‌ ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ମିଳିଥିବା ୧ ମିନିଟ୍ ୨ ସେକେଣ୍ଡର ସିସିଟିଭି ଫୁଟେଜ ଟି ଏପ୍ରିଲ ୧୧ତାରିଖ ଦିନ ୧ଟା ବେଳର ବୋଲି ଜଣାପଡିଛି। ସେହି ସମୟରେ ଗୁଡ୍ଡୁ ମୁସଲିମ ବରଗଡ଼ରେ ଥିବା କୁହାଯାଉଛି।

କେବଳ ସେତିକି ନୁହେଁ, ପୂର୍ବରୁ ମଧ୍ୟ ଗୁଡ୍ଡୁ ମୁସଲିମ୍‌ର ଓଡ଼ିଶା ଲିଙ୍କ୍‌ ରହିଥିବା ନେଇ ଚର୍ଚ୍ଚା ହେଉଥିଲା । ଉମେଶ ପାଲ୍‌ ହତ୍ୟା ମାମଲାରେ ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିଲା ବୋଲି କୁହାଯାଉଥିଲା। ପରେ ବରଗଡ଼ ଲିଙ୍କ୍‌ ନେଇ ଚର୍ଚ୍ଚା କରାଯାଉଥିଲା । ଯାହାର ଖବର ଜଣାପଡ଼ିବା ପରେ ବରଗଡ଼ ଜିଲ୍ଲାରେ ୟୁପି STF ଟିମ୍‌ ତନାଘନା ଚଳାଇଥିବା ସୂଚନା ମିଳିଥିଲା ।ବରଗଡ଼ ଜିଲ୍ଲା ଭଟଲି ଛକରେ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ଗୁଡ୍ଡୁ ମୁସଲିମ୍‌ର ଲିଙ୍କ୍‌ ଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଏହି ଘଟଣାରେ ରାଜା ଖାନ୍‌ଙ୍କ ସହ ଗୁଡ୍ଡୁ ମୁସଲିମ୍‌ର ଡ୍ରାଇଭର ଲିଙ୍କରେ ଥିବା ସୂଚନା ପାଇ ଜେରା କରିଥିଲା । ମୋବାଇଲ୍ ଟ୍ରାକିଂରୁ ଉଭୟ ଲିଙ୍କରେ ଥିବା ସୂଚନା ମଧ୍ୟ ମିଳିଥିଲା । ତେବେ ୟୁପି STF ଟିମ୍ ଓଡ଼ିଶା ଆସିବା ପୂର୍ବରୁ ସେ ଫେରାର ହୋଇଯାଇଥିଲା।

Leave A Reply

Your email address will not be published.