ବାତ୍ୟା ‘ମିଗ୍‌ଜୋମ୍‌’ ପାଇଁ ଭୁବନେଶ୍ୱରରୁ ଚେନ୍ନାଇକୁ ଉଡିବନି ବିମାନ

ଭୁବନେଶ୍ୱରରୁ ଚେନ୍ନାଇକୁ ଯାଉଥିବା ୨ଟି ବିମାନ ବାତିଲ ହୋଇଛି। ବାତ୍ୟା ‘ମିଗ୍‌ଜୋମ୍‌’ ପାଇଁ ଏହି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ପାଣିପାଗରେ ପରିବର୍ତ୍ତନ ହେଲା ପରେ ପୁଣି ଥରେ ବିମାନସେବା ଆରମ୍ଭ ହେବ ବୋଲି କୁହାଯାଇଛି।

ସୂଚନା ଥାଉକି, ବାତ୍ୟା ‘ମିଗ୍‌ଜୋମ୍‌’ ଯୋଗୁଁ ତାମିଲନାଡୁରେ ରାଜଧାନୀ ଚେନ୍ନାଇ ସମେତ ଅନେକ ସହରରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡିଛି। ଚାରିଆଡେ ଖାଲି ଜଳମଗ୍ନ ଦେଖିବାକୁ ମିଳିଛି। ରାସ୍ତାଗୁଡ଼ିକରେ ଆଣ୍ଠୁଏ ଆଣ୍ଠୁଏ ପାଣି ଭରି ରହିଛି, ଏପରି ପରିସ୍ଥିତିରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷକରି ଚେନ୍ନାଇ ସହରରେ ବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଛି। ପାଗ ଖରାପ ଥିବାରୁ ଚେନ୍ନାଇ ବିମାନବନ୍ଦରରୁ ବିମାନ ସେବା ବନ୍ଦ ଅଛି। ନୋଟାମର ସୂଚନା ଅନୁସାରେ ଆଜି ରାତି ୧୧ ଯାଏଁ ବିମାନବନ୍ଦର ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ୨ଟି ବିମାନ ବାତିଲ କରାଯାଇଛି। ଫଳରେ ବିମାନ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Leave A Reply

Your email address will not be published.