ସୀମାଙ୍କୁ ନେଇ ପୁଣି ଚର୍ଚ୍ଚା, ପିଲାଙ୍କୁ ହିନ୍ଦୁ କରାଇବାର ଆଣିଲେ ଅଭିଯୋଗ

ପାକିସ୍ତାନରୁ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପୁଣି ଚର୍ଚ୍ଚା। ସୀମା ହାଇଦରଙ୍କୁ ନେଇ ପୁଣି ଏକ ନୂଆ କଥା ସାମନାକୁ ଆସିଛି। ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ଅଭିଯୋଗ କରିଛନ୍ତି ଯେ ତାଙ୍କ ପିଲାମାନଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରାଇବାକୁ ଏକ ଷଡଯନ୍ତ୍ର କରାଯାଇଛି। ପିଲାମାନଙ୍କୁ ପାକିସ୍ତାନକୁ ଫେରାଇ ଆଣିବାକୁ ସେ ପାକିସ୍ତାନ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଯେତେବେଳେ ସୀମା ଚାରି ପିଲାଙ୍କୁ ଧରି ଭାରତ ଆସିଥିଲେ, ସେତେବେଳେ ଗୁଲାମ ହାଇଦର ସାଉଦିରେ ଥିଲେ। କିନ୍ତୁ ଏବେ ଗୁଲାମଙ୍କ ମା’ଙ୍କ ଦେହ ଖରାପ ହେତୁ ପାକିସ୍ତାନ ଫେରିଛନ୍ତି। ନିଜ ପିଲାମାନଙ୍କୁ ପାକିସ୍ତାନ ଫେରାଇ ନେବାକୁ ପାକିସ୍ତାନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଗୁଲାମ ହାଇଦର ଆଜି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ତାଙ୍କ ଓକିଲ କହିଛନ୍ତି ଯେ ସୁପ୍ରିମକୋର୍ଟ ଯିବା ପରେ ସେମାନେ ଭାରତୀୟ ହାଇ କମିଶନ ଏବଂ ସେଠାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଯିବେ । ଏନେଇ ଏକ ଭିଡିଓରେ ତାଙ୍କ ଓକିଲ ସୀମା ହାଇଦରଙ୍କ ବିବାହ ପ୍ରମାଣପତ୍ର ମଧ୍ୟ ଦର୍ଶାଇଛନ୍ତି । ଏଥିରେ ଗୁଲାମଙ୍କ ଓକିଲ ଦାବି କରିଛନ୍ତି ଯେ ସୀମା ହାଇଦର ମିଛ କହୁଛନ୍ତି।

ସୀମା ହାୟଦାରଙ୍କର ଚାରି ସନ୍ତାନ ଅଛନ୍ତି । ସେ ନିଜ ପ୍ରେମିକ ସଚିନଙ୍କ ସହ ରହିବାକୁ ଚାରିଜଣଙ୍କ ସହ ବିନା ଭିସାରେ ଭାରତ ଆସିଥିଲେ । ଏଭଳି ପରିସ୍ଥିତିରେ ଗୁଲାମ ସେମାନଙ୍କୁ ପାକିସ୍ତାନକୁ ଫେରାଇ ନେବାକୁ ବ୍ୟସ୍ତ ହେଉଛନ୍ତି । ଭିଡିଓ ଜାରି କରି ଗୁଲାମ ହାଇଦର କହିଛନ୍ତି, ‘ମୁଁ ପାକିସ୍ତାନ ସରକାରଙ୍କୁ ମୋ ପିଲାମାନଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରୁଛି। ସେମାନଙ୍କ ଧର୍ମ ଜବରଦସ୍ତ ପରିବର୍ତ୍ତନ କରାଯାଉଛି।’ ଜଣେ ଭାରତୀୟ ଓକିଲ ପାକିସ୍ତାନକୁ ଚ୍ୟାଲେଞ୍ଜ କରୁଛନ୍ତି। ମୁଁ ମୋର ପିଲାମାନଙ୍କୁ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି’।

Leave A Reply

Your email address will not be published.