ରାଜ୍ୟ ସଭାରୁ ୩୪ ସାଂସଦ ନିଲମ୍ବିତ: ଦିନକରେ ସସପେଣ୍ଡ୍ ହେଲେ ୬୭

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାର ୩୪ ସାଂସଦଙ୍କ ନିଲମ୍ବିତ କରାଯାଇଛି । ସଭାପତିଙ୍କ କଥା ନ ଶୁଣିବା କାରଣରୁ ଏମାନଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସଭାର ଯେଉଁ ୩୪ ସାଂସଦଙ୍କୁ ନିଲମ୍ବିତ କରାଯାଇଛି, ସେମାନେ ହେଲେ ପ୍ରମୋଦ ତିୱାରୀ, ଜୟରାମ ରମେଶ, ଅମି ୟାଗ୍ନିକ, ନାରା୍ରଣ ଭାଇ ରାଠୱା, ଶକ୍ତି ସିଂହ ଗୋହିଲ, ରଜନୀ ପାଟିଲ, ସୁଖେନ୍ଦୁ ଶେଖର, ଦିମୁଲ ହକ, ଏନ.ଷଣମୁଗମ, ନସୀର ହୁସେନ, ଫୁଲୋଦେବୀ ନେତାମ, ଇମ୍ରାନ ପ୍ରତାପଗଢୀ ପ୍ରମୁଖ ।

୩୪ ସାଂସଦଙ୍କୁ ପୁରା ଶୀତକାଳିନ ଅଧିବେଶନରୁ ନିଲମ୍ବିତ କରାଯାଇଛି । ୧୧ ଜଣ ସାଂସଦଙ୍କୁ ପ୍ରିଭିଲେଜ କମିଟି ରିପାର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି । ସମିତି ତିନିମାସ ମଧ୍ୟରେ ନିଜର ରିପୋର୍ଟ ଦେବ ।

ପ୍ରଥମେ ଜଣେ ସାଂସଦ ଡେରେକ ଓ ବ୍ରାୟନଙ୍କୁ ଶୀତକାଳୀନ ଅଧିବେଶନ ଶେଷ ଯାଏ ନିଲମ୍ବିତ କରାଯାଇଥିଲା । ଏହିପରି ନିଲମ୍ବିତ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇ ୪୬ ହୋଇଗଲାଣି ।

ଏହାକୁ ନେଇ ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଟିଏମସି ନେତା ମମତା ବାନାର୍ଜୀ ସାଂସଦଙ୍କୁ ଏପରି ସମୂହ ନିଲମ୍ବନ କରିବା ଠିକ ନୁହେଁ ବୋଲି କହିଛନ୍ତି । ଏହା ପୂର୍ବରୁ ଆଜି କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ ୩୩ ଜଣ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା  । ଏହାକୁ ମିଶାଇ ଆଜି ଗୋଟିଏ ଦିନରେ ୬୭ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.