ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଭାରତର ପରାଜୟ

ସେଞ୍ଚୁରିଅନ୍‌: ଗୁରୁବାର ସମାପ୍ତ ହୋଇଥିବା ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକାଠାରୁ ଇନିଂସ ଓ ୩୨ ରନ୍‌ରେ ଭାରତ ପରାସ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ମାଟିରେ ଏହାର ଭାରତର ଅନ୍ୟତମ ବଡ଼ ପରାଜୟ। ୩ ଦିନ ମଧ୍ୟରେ ଏହି ବିଜୟ ଯୋଗୁଁ ଘରୋଇ ଦକ୍ଷିଣ ଆଫ୍ରିକା ୨ ମ୍ୟାଚ୍‌ର ଶୃଙ୍ଖଳାରେ ୧-୦​‌େ​‌ର ଆଗୁଆ ରହିଛି। ତେବେ ଭାତର ଏହି ଲଜ୍ଜାଜନକ ପରାଜୟ ପରେ ଆଇସିସି ଯେଉଁ ଦଣ୍ଡବିଧାନ କରିଛି; ତାହା ରୋହିତ ଶର୍ମାଙ୍କ ଦଳ ପାଇଁ କଟା ଘା’ରେ ଚୂନ ପରି ହୋଇଛି। ମ୍ୟାଚ୍‌ରେ ଧିମା ଓଭର ହାର ଯୋଗୁଁ ସମସ୍ତ ଖେଳାଳିଙ୍କ ୧୦ ପ୍ରତିଶ୍ରତ ମ୍ୟାଚ୍‌ ଫି କାଟି ଦିଆଯାଇଛି। ସବୁଠାରୁ ବଡ଼ କଥା ହେଉଛି; ଭାରତର ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ପଏଣ୍ଟ ତାଲିକାରୁ ୨ ପଏଣ୍ଟ କାଟି ଦିଆଯାଇଛି। ୩ ଦିନ ଖେଳା ଯାଇଥିବା ପ୍ରଥମ ଟେଷ୍ଟମ୍ୟାଚ୍‌‌ର ଭାରତ ନିର୍ଦ୍ଧାରିତ ସମୟରେ ୨ ଓଭର କମ୍ ବୋଲିଂ କରିଥିବାରୁ ଆଇସିସି ମ୍ୟାଚ୍‌ ରେଫେରୀ କ୍ରିସ୍‌ ବ୍ରଡ୍‌ ଏହି କଠୋର ଦଣ୍ଡବିଧାନ କରିଛନ୍ତି। ଶୁଣାଣି ବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦୋଷ ସ୍ବୀକାର କରିବା ସହ ଦଣ୍ଡକୁ ଗ୍ରହଣ କରିଥିଲେ। ଆଇସିସିର ନିୟମ ଅନୁସାରେ, ଟେଷ୍ଟମ୍ୟାଚ୍‌‌େ‌ର ନିର୍ଦ୍ଧାରିତ ସମୟରେ ଏକ ଦଳ ୧ ଓଭର କମ୍ ବୋଲିଂ କଲେ; ଖେଳାଳିଙ୍କ ୫ ପ୍ରତିଶତ ମ୍ୟାଚ୍‌ ଫି କାଟି ଦିଆଯିବ। ପୁଣି ପ୍ରତି ଓଭର ପାଇଁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ପଏଣ୍ଟ ତାଲିକାରୁ ୧ ପଏଣ୍ଟ କାଟି ଦିଆ ଯାଇଥାଏ। ୨ ପଏଣ୍ଟ କଟିଯିବାରୁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ପଏଣ୍ଟ ତାଲିକାରେ ୧୬ ପଏଣ୍ଟ ସହ ଭାରତ ୬ଷ୍ଠ ସ୍ଥାନରେ ରହିଛି।

Leave A Reply

Your email address will not be published.