ଜଙ୍ଗଲି ଫଳ ଖାଇ ୧୨ ଶିଶୁ ଅସୁସ୍ଥ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଝରାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟେଲିମେଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ୧୨ ଜଣ ଶିଶୁ ଜଙ୍ଗଲୀ ଯୋଡ଼ା ଫଳ ଖାଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା ଜାରି ରହିଛି । ଗ୍ରାମର ପିଲାମାନେ ଖେଳୁଥିବା ସମୟରେ ମିଳି ମିଶି ଏହି ଫଳ ଖାଇଥିଲେ। କିଛି ସମୟ ପରେ ହଠାତ ଗୋଟିଏ ଛୁଆର ବାନ୍ତି, ଝାଡା ହୋଇଥିଲା। ପରବର୍ତ୍ତୀ ସମୟରେ ପରିବାର ଲୋକେ ପଚରା ଉଚୁରା କରିବା ପରେ ଜାଣି ପାରିଲେ ଏବଂ ୧୦୮ ଆମ୍ବୁଲାନ୍ସକୁ ଡାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଶିଶୁଙ୍କ ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଶିଶୁ ବିଶେଷଜ୍ଞ ଡାକ୍ତର ସନ୍ତୋଷ ମିତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.