ଘରେ ପଶିଲା ଚିତାବାଘ ; ଛାନିଆ ଅଞ୍ଚଳବାସୀ

ନୂଆଦିଲ୍ଲୀ : ଗତ କିଛି ଦିନ ମଧ୍ୟରେ ଦେଶ ତଥା ରାଜ୍ୟରେ ଜନବସତି ଓ ଗାଁ ଭିତରକୁ, ରାସ୍ତା ଉପରେ ବାଘ ବୁଲୁଥିବା ଅନେକ ଭିଡିଓ ସାମ୍ନାକୁ ଆସିଲାଣି। ଏଭଳି କି ବାଘ ମଣିଷ ସହ ଜୀବଜନ୍ତୁଙ୍କ ମଧ୍ୟ ଶିକାର କରିଛି। ଏହାମଧ୍ୟରେ ସୋସିଆଲ ମିଡିଆରେ ବାଘର ଏକ ଭିଡିଓ ଭାଇରାଲ୍‌‌ ହେଉଛି,ଯାହାକୁ ଦେଖିଲେ ଭୟରେ ଛାତି ଥରି ଉଠିବ। ଭିଡିଓରେ ଦେଖାଯାଉଛି, ଏକ ଚିତାବାଘ ଗୁରଗାଓଁର ନରସିଂହପୁର ଗାଁରେ ପ୍ରବେଶ କରୁଛି।

ଛପି ଛପି ଏକ ଘର ଭିତରକୁ ଯାଇ ବସି ରହୁଛି। ଗାଁ ଲୋକେ ଘଟଣା ବିଷୟରେ ଜାଣିବା କ୍ଷଣି ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଏହାପରେ ଖବର ପାଇ ଗୁରଗାଓଁ ପୁଲିସ ,ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି।

Leave A Reply

Your email address will not be published.