ରାଜଧାନୀ ଏମସ୍‌‌ରେ ଅଗ୍ନିକାଣ୍ଡ

ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ଏମସ୍‌‌ରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କେହି ବ୍ୟକ୍ତିଙ୍କର କ୍ଷୟକ୍ଷତି ହୋଇ ନାହିଁ। ଅଗ୍ନିକାଣ୍ଡର କାରଣ ଏଯାବତ୍‌‌ ଅସ୍ପଷ୍ଟ ରହିଛି। ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ସକାଳେ ୫ଟା୫୯ରେ ପହଞ୍ଚି ଥିଲେ। ସାତଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ। ସକାଳ ୬ଟା ୨୦ରେ ନିଆଁକୁ ଆୟତ୍ତ କରିଥିଲେ। ଡାକ୍ତରଖାନାର ଦ୍ୱିତୀୟ ମହଲାରେ ଥିବା ଶିକ୍ଷାଦାନ ବ୍ଲକରେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଭିତରେ ନିଆଁ ଲାଗିଯାଇଥିଲା। ନିଆଁରେ କିଛି ଫାଇଲ୍, ଅଫିସ୍ ରେକର୍ଡ, ରେଫ୍ରିଜରେଟର ଏବଂ ଅଫିସ୍ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.