୫ଶହ ଟଙ୍କା ନେଲା ଜୀବନ

ବିହାର : ମାତ୍ର ୫ଶହ ଟଙ୍କା ପାଇଁ ନେଇଗଲେ ସାଙ୍ଗର ଜୀବନ ଏଭଳି ଏକ ଅମାନବୀୟ କାଣ୍ଡ ବିହାରର ଆରା ଅଞ୍ଚଳରେ ଘଟିଛି। ମୃତକଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ଅଜୟ ମହାତୋ ନାମକ ଯୁବକ ମୋହନ ସିଂଙ୍କ ନିକଟରୁ ୫ ଶହ ଟଙ୍କା ଧାର ନେଇଥିବା ବେଳେ ଫେରାଉ ନ ଥିଲେ। ମୋହନ ସିଂ ଟଙ୍କା ମାଗିବାରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା।

ଏହାପରେ ସୁଯୋଗ ଅପେକ୍ଷାରେ ଥିବା ଅଜୟ ଙ୍କ କିଛି ସାଙ୍ଗ ଭୋଜି କରିବା ବାହାନାରେ ମୋହନଙ୍କୁ ଘରୁ ଡାକି ନେଇଥିଲେ। ମାତ୍ର ବିଳମ୍ବ ପର୍ଯ୍ୟନ୍ତ ମୋହନ ଘରକୁ ନ ଫେରିବାକୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ସାନୱାରି ବ୍ରିଜ ନିକଟ ଖୋଲା ପଡ଼ିଆରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ପହଞ୍ଚି ତାହା ମୋହନଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ।

ତାଙ୍କୁ ଏତେ ନିର୍ମମ ଭାବେ ହତ୍ୟା କରାଯାଇଥିଲା ଯେ ମୃତଦେହରେ ବହୁ ଚୋଟ ଥିବା ବେଳେ ଆଖି ବାହାରି ଯାଇଥିଲା। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.