ରାମ ମନ୍ଦିର ପ୍ରତିଷ୍ଠା; ମୋଦୀଙ୍କ ସ୍ବତନ୍ତ୍ର ବ୍ରତ ଆରମ୍ଭ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରତିଷ୍ଠା ଦିବସ ଯେତେ ପାଖେଇ ଆସୁଛି, ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଓ ଭାବାବେଗ ସେହି ଅନୁପାତରେ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥିରୁ ବାଦ ପଡିନାହାନ୍ତିି। ଚଳିତମାସ ୨୨ରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ମୋଦୀ ସେଥିରେ ଉପସ୍ଥିତ ରହିବେ। ଏଥିପାଇଁ ଶୁକ୍ରବାରଠାରୁ ମୋଦୀ ୧୧ ଦିନିଆ ସ୍ବତନ୍ତ୍ର ବ୍ରତ ଆରମ୍ଭ କରିଛନ୍ତି। ଶୁକ୍ରବାର ଜାରି କରିଥିବା ୧୦ ମିନିଟର ଏକ ଭିଡିଓ ବାର୍ତ୍ତାରେ ମୋଦୀ କହିଛନ୍ତି ଯେ ତାଙ୍କ ଜୀବନକାଳରେ ସେ ପ୍ରଥମ ଥର ଏଭଳି ଈଶ୍ବରଙ୍କ ପ୍ରତି ସମର୍ପଣ ଭାବନା ଅନୁଭବ କରୁଛନ୍ତି।

ଉକ୍ତ ଦିନ ଗର୍ଭଗୃହରେ ପୁରୋହିତଙ୍କ ସହ ସେ ଏକାକୀ ଉପସ୍ଥିତ ରହିବେ, ତଥାପି ୧୪୦ କୋଟି ଭାରତୀୟ ତାଙ୍କ ମାନସପଟରେ ଉଙ୍କି ମାରିବେ ବୋଲି ମୋଦୀ କହିଛନ୍ତି। ଏଭଳି ଏକ ପବିତ୍ର ମୁହୂର୍ତ୍ତର ସେ ସାକ୍ଷୀ ପାଲଟିବେ ସତ, ତେବେ ପ୍ରତ୍ୟେକ ରାମଭକ୍ତ ମୋ ସହିତ ଜଡିତ ରହିବେ ବୋଲି ମୋଦୀ କହିଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ପାଇଁ ତାଙ୍କୁ ମନୋନୀତ କରାଯାଇଥିବାରୁ ମୋଦୀ ନିଜକୁ ଭାଗ୍ୟବାନ ମନେ କରିଛନ୍ତି।

ପ୍ରତ୍ୟେକ ଭାରତୀୟଙ୍କୁ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ଗୁରୁ ଦାୟିତ୍ବ ବୋଲି ମୋଦୀ କହିଛନ୍ତି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରତ୍ୟେକ ଭାରତୀୟ ଯୋଗ ଏବଂ ଉପାସ ଜରିଆରେ ଧାର୍ମିକ ସଚେତନତା ସୃଷ୍ଟି କରିବାକୁ ମୋଦୀ ଆହ୍ବାନ ଦେଇଛନ୍ତି।
ମୋଦୀଙ୍କ ସ୍ବତନ୍ତ୍ର…

Leave A Reply

Your email address will not be published.