ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଅନୁଗୋଳ ପୌରପାଳିକାରେ ଅକ୍ଷତ ବଣ୍ଟନ ଆରମ୍ଭ । ପୌରପାଳିକାର ୧୫ ନଂ ୱାର୍ଡରେ ଆୟୋଜିତ ‘ଅକ୍ଷତ ବଣ୍ଟନ ଯାତ୍ରା’ରେ ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି ବୋଲି କହିଛନ୍ତି ।
ଶ୍ରୀରାମ ମନ୍ଦିର ସମସ୍ତ ହିନ୍ଦୁ ଏବଂ ସନାତନୀଙ୍କ ଆସ୍ଥାର କେନ୍ଦ୍ର । ଆସନ୍ତା ଜାନୁଆରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସବୁଠି ରାମମୟ ପରିବେଶ ତିଆରି ହୋଇଛି ।
ପ୍ରଭୁ ଶ୍ରୀରାମଙ୍କ ଆଗମନରେ ରାମନାମର ପଦଧ୍ବନୀ ଓଡ଼ିଶା ସମେତ ସମଗ୍ର ଭାରତ ବର୍ଷରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ତିଆରି କରିଛି ।