ମକର ସଂକ୍ରାନ୍ତିରେ ଏହି ଜିନିଷକୁ ବାରଣ କଲେ ଓଡିଶା ପୁଲିସ

ଭୁବନେଶ୍ବର : ସୋମବାର ମକର ସଂକ୍ରାନ୍ତି ରହିଛି । ଏଥିଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଛି । ସବୁଠି ଗୁଡି ଉଡାକୁ ନେଇ ପ୍ରସ୍ତୁତି ଚାଲିଥିବାବେଳେ ଗୁଡି ଉଡାଇବାବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରାଯାଇଛି।

ଓଡିଶା ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ କୁହାଯାଇଛି ଗୁଡି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର କରିବା ଆଇନତଃ ଦଣ୍ଡନୀୟ ।

ତେଣୁ ମାଞ୍ଜା ସୂତା ବ୍ୟବହାର ନକରି ସାଧାରଣ ସୂତାରେ ଗୁଡି ଉଡାଇ ମକର ସଂକ୍ରାନ୍ତିକୁ ପାଳନ କରନ୍ତୁ।

Leave A Reply

Your email address will not be published.