ମହୁଆ ମୈତ୍ରଙ୍କୁ ବଙ୍ଗଳା ଖାଲି କର ନୋଟିସ୍‌

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ଦିଆଯାଇଛି। ନୋଟିସ୍‌ରେ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ନିର୍ଦେଶ ଦିଆଯାଇଛି। ଯଦି ସେ ବଙ୍ଗଳା ଖାଲି ନକରନ୍ତି, ତେବେ ବଳପୂର୍ବକ ବଙ୍ଗଳା ଖାଲି କରାଯିବ ବୋଲି କୁହାଯାଇଛି।

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଏହାପରେ ଟେଲିଗ୍ରାଫ୍ ଲେନ୍‌ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ତାଙ୍କୁ ଅନେକ ନୋଟିସ୍ ପଠାଯାଇଛି, କିନ୍ତୁ ସେ ବଙ୍ଗଳା ଖାଲି କରୁନାହାଁନ୍ତି। ଇତି ମଧ୍ୟରେ ଇଷ୍ଟେଟ୍ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ଦିଆଯାଇଛି।

ସୂଚନାଯୋଗ୍ୟ, ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ଡିସେମ୍ବର ୮, ୨୦୨୩ରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଏହାପରେ ସାଂସଦ ଭାବେ ତାଙ୍କ ବଙ୍ଗଳା ଆବଣ୍ଟନ ବାତିଲ କରାଯାଇଥିଲା। ଜାନୁଆରୀ ୭ ତାରିଖ ସୁଦ୍ଧା ତାଙ୍କୁ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା।

Leave A Reply

Your email address will not be published.