ଜଙ୍ଗଲରେ ଲୁଚାଇ ରଖିଥିଲେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ, ଚାଲାଣ ପୂର୍ବରୁ ପୁଲିସ ପହଞ୍ଚିଲା

ଜଙ୍ଗଲରେ ଲୁଚାଇ ରଖିଥିଲେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ। ଚାଲାଣ ପୂର୍ବରୁ ପୁଲିସ ଜଙ୍ଗଲରେ ଚଢ଼ାଉ କରି ଏହି ଗଞ୍ଜେଇ ପ୍ୟାକେଟଗୁଡ଼ିକୁ ଜବତ କରିଛି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ପୁଲିସ କୋଏରମାଣ୍ଡୁ ପଞ୍ଚାୟତର ଅଡ଼ାବାଲି ଗ୍ରାମ ନିକଟବର୍ତ୍ତୀ ଘଞ୍ଚ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ କରିଛି।

ଗତକାଲି ରାତିରେ ଏହି ଧରପଗଡ଼ ହୋଇଥିଲା। ଚଢ଼ଉ ବେଳେ ଏକ କଟେଜ ମଧ୍ୟରେ ରଖାଯାଇଥିବା ୧୪ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ ହୋଇଛି। କିନ୍ତୁ ପୁଲିସ କୌଣସି ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇନି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟକୁ ହସ୍ତାନ୍ତର କରାଯାଇଛି ବୋଲି ଗୋଚ୍ଛାପଡ଼ା ଥାନାଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.