ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ୱାଡରୁ ଜୋଫ୍ରା ଆର୍ଚର ଆଉଟ

୫ଥର ଆଇପିଏଲ ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସର ସ୍କ୍ୱାଡରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ଜୋଫ୍ରା ଆର୍ଚର। ଆହତ ସମସ୍ୟା ପାଇଁ ଗତ ବର୍ଷ ମୁମ୍ବାଇ ପାଇଁ ଖେଳି ନଥିବା ଆର୍ଚର ଏଥର କମବ୍ୟାକ କରିଥିଲେ।

କିନ୍ତୁ ଫିଟନେସ ଯୋଗୁ ସେ ନିୟମିତ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ। ସେହିପରି ଯେଉଁ ସବୁ ମ୍ୟାଚ୍‌ ଖେଳିଥିଲେ, ସେଥିରେ ମଧ୍ୟ ସେ ଆଖି ଦୃଶିଆ ପ୍ରଦର୍ଶନ କରି ନଥିଲେ। ତାଙ୍କ ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ଆର୍ଚର ସ୍କ୍ୱାଡରୁ ବାହାରି ଯାଇଛନ୍ତି।

ତାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡର ଅନ୍ୟତମ ଦ୍ରୁତ ବୋଲର କ୍ରିସ ଜୋର୍ଡାନଙ୍କୁ ସ୍କ୍ୱାଡରେ ସାମିଲ କରିଛି। ଗୋଟିଏ ଟ୍ୱିଟରେ ମୁମ୍ବାଇ ଇଣ୍ଡିଆନ୍ସ ଏ ସମ୍ପର୍କରେ ସୂଚନା ଦେଇଛି।

ଏବେ ଆର୍ଚର ସ୍ୱଦେଶ ଫେରିଯିବେ ଓ ଇସିବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିବ। ସେହିପରି ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଗୁଡ଼ିକରେ ଜୋର୍ଡାନ ମୁମ୍ବାଇ ସ୍କ୍ୱାଡ ସହ ରହିବେ। ଏଥିପାଇଁ ତାଙ୍କ ସହ ମୁମ୍ବାଇ ୨ କୋଟି ଟଙ୍କାରେ ଚୁକ୍ତି କରିଛି।

Leave A Reply

Your email address will not be published.