ଇରାନରେ ୯ ପାକିସ୍ତାନୀଙ୍କୁ ହତ୍ୟା: ଆକ୍ରମଣକୁ ଇସ୍‌ଲାମାବାଦର ନିନ୍ଦା, ତଦନ୍ତ ଦାବି

ତେହରାନ: ପାକିସ୍ତାନ ଓ ଇରାନ ମଧ୍ୟରେ ସଂଘର୍ଷ ଜାରି ରହିଛି। ପୁଣି ଥରେ ଇରାନରେ ବନ୍ଧୁକଧାରୀମାନେ ୯ଜଣ ପାକିସ୍ତାନୀଙ୍କୁ ହତ୍ୟା କରିଛନ୍ତି। ପାକିସ୍ତାନ ରାଷ୍ଟ୍ରଦୂତ ଏନେଇ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ନିକଟରେ ଇରାନ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏହାକୁ ନେଇ ପାକିସ୍ତାନ ସରକାର ଇରାନକୁ ଚେତାବନୀ ଦେଇ କହିଥିଲେ ଯେ, ଆମର ସାର୍ବଭୌମତ୍ୱ ଉଲ୍ଲଂଘନ କରିବା ଗ୍ରହଣୀୟ ନୁହେଁ। ପ୍ରତିଜବାବରେ ପାକିସ୍ତାନ ମଧ୍ୟ ଇରାନ ଉପରେ ମିସାଇଲ୍‌ ଓ ଡ୍ରୋନ୍‌ ଆକ୍ରମଣ କରିଥିଲା।

ଇରାନର ରାଜଧାନୀ ତେହରାନରେ ନିୟୋଜିତ ପାକିସ୍ତାନ ରାଷ୍ଟ୍ରଦୂତ ମୁଦସିର ଟିପୁ ଶନିବାର କହିଛନ୍ତି ଯେ, ଇରାନର ସରାୱାନରେ ୯ ଜଣ ପାକିସ୍ତାନୀଙ୍କୁ ହତ୍ୟା ଖବର ଶକ୍ତ ଧକ୍କା ଦେଇଛି। ଏହା ଭୟଙ୍କର। ଦୂତାବାସ ପୀଡ଼ିତଙ୍କ ପରିବାର ସହ ଅଛି। ଆମେ ସେମାନଙ୍କୁ ସମର୍ଥନ କରୁଛୁ। ଇସ୍‌ଲାମାବାଦ ତେହରାନକୁ ଏହି ପ୍ରସଙ୍ଗରେ ସହଯୋଗ କରିବାକୁ ଆହ୍ବାନ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୯ ଜଣଙ୍କ ମୃତ୍ୟୁ ବ୍ୟତୀତ ଏହି ଆକ୍ରମଣରେ ତିନି ଜଣ ଆହତ ମଧ୍ୟ ହୋଇଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିବା ସହ ଆକ୍ରମଣକୁ ତୀବ୍ର ନିନ୍ଦା କରିଛି। ମନ୍ତ୍ରଣାଳୟ କହିଛି ଯେ, ଇସଲାମାବାଦ ଇରାନର ଅଧିକାରୀମାନଙ୍କ ସହ ଯୋଗାଯୋଗରେ ଅଛି। ଘଟଣାର ତଦନ୍ତ କରିବାକୁ ତେହରାନକୁ ଆହ୍ବାନ କରାଯାଇଛି।

Leave A Reply

Your email address will not be published.