ସାମାନ୍ୟ କଥାରେ ନୂଆ କପୁଲ କଟ୍ରିନା-ବିକ୍କିଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା, ଏପରି ହେଉଛି ଚର୍ଚ୍ଚା…

ଗତ କିଛି ଦିନ ଧରି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଚୁଲବୁଲି କଟ୍ରିନା କୈଫ। କଥିତ ପ୍ରେମିକ ବିକ୍କି କୌଶଲଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଥିବା ନେଇ କୁହାଯାଉଥିଲା। ହେଲେ ବିକ୍କିଙ୍କ ବାପା ଖବରକୁ ଗୁଜବ ବୋଲି କହିଥିଲେ।  ଏହି ଭାଇରାଲ ଖବରକୁ ନେଇ କଟ୍ରିନା-ବିକ୍କିଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଛି। ନିର୍ବନ୍ଧ ଖବର ଗଣମାଧ୍ୟମକୁ ଆସିବା ପଛରେ କାହାର ପିଆର୍‌ ଟିମ୍‌ ଅଛି ତାହାକୁ ନେଇ ଉଭୟଙ୍କ ଯୁକ୍ତିତର୍କ ମଧ୍ୟ ହୋଇଥିବା ଜଣାପଡ଼ିଛି।

ତେବେ ଉଭୟ ଅଭିନେତା ପ୍ରେମ ସମ୍ପର୍କରେ ଥିଲେ ହେଁ ଆଗକୁ ବଢ଼ିବାକୁ ଚାହୁଁନାହାନ୍ତି। ଏବେ ସେମାନେ କ୍ୟାରିୟର ଉପରେ ଫୋକସ୍‌ କରିବାକୁ ଚାହୁଁଛନ୍ତି। କାରଣ ଉଭୟଙ୍କ ହାତରେ ଏବେ ଗୋଟିଏରୁ ବଳି ଆରେକ ବଡ ବ୍ୟାନରର ଫିଲ୍ମ। କ୍ୟାଟ୍‌ ଏବେ ସଲମାନଙ୍କ ସହ ଟାଇଗର-୩ର ଶୁଟିଂରେ ବ୍ୟସ୍ତ। ଏହାଛଡ଼ା ତାଙ୍କ ହାତରେ ସୂର୍ଯ୍ୟବଂଶୀ, ଫୋନଭୂତ, ଜି ଲେ ଜରା ଭଳି ଫିଲ୍ମ ରହିଛି। ସେହିଭଳି ବିକ୍କି ସର୍ଦ୍ଦାର ଉଦ୍ଧମ ସିଂହ, ସୈମ ବାହାଦୁର, ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି ଏବଂ ମିଷ୍ଟର ଲେଲେ ଆଦି ଫିଲ୍ମରେ ନଜର ଆସିବେ।

Leave A Reply

Your email address will not be published.