୭୨ ବର୍ଷ ବୟସରେ ସାଂସଦ ରତନ ଲାଲ କାଟରିଆଙ୍କ ପରଲୋକ

ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ରତନ ଲାଲ କାଟରିଆଙ୍କର ଗୁରୁବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କ ଶରୀର ଅସୁସ୍ଥ ହେବା ପରେ ତାଙ୍କୁ ପିଜିଆଇ ଚଣ୍ଡିଗଡ଼ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ହରିୟାଣା ମୁଖ୍ୟମନ୍ତ୍ରୀ ଏମ.ଏଲ୍ ଖଟ୍ଟର କାଟରିଆଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟ୍ବିଟର୍‌ ଜରିଆରେ ମଧ୍ୟ କାଟରିଆଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି।
ରତନ ଲାଲ କାଟରିଆ ୨୦୨୧ ମସିହା ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଜଲ୍‌ ଶକ୍ତି ମନ୍ତ୍ରଣାଳୟ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ କଂଗ୍ରେସ ପ୍ରାର୍ଥୀ ରାଜ କୁମାର ବାଲମିକିଙ୍କୁ ପରାସ୍ତ କରି ଭାରତୀୟ ଜନତା ଦଳର ପ୍ରାର୍ଥୀ ଭାବରେ ଅମ୍ବାଲାରୁ ୧୬ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ ଅମ୍ବାଲାରୁ ୧୩ତମ ଲୋକସଭାକୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.