ଇଲେକ୍ଟ୍ରି ସ୍କୁଟର ବ୍ୟାଟେରୀ ଫାଟି, ୩ ଗୁରୁତର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଫାଟିଲା ଇଲେକ୍ଟ୍ରି ସ୍କୁଟର ବ୍ୟାଟେରି। ଆଖି ପିଛୁଳାକେ ହୁ ହୁ ହୋଇ ଜଳିଗଲା ବାଇକ୍‌। ଏହି ବିସ୍ଫୋରଣରେ ୩ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ ଘରର ଛାତ ଓ କାନ୍ଥ କ୍ଷତିଗ୍ରସ୍ତ ହୋଇଛି ।

ପରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଗୁରୁତର ହୋଇଥିବା ୩ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାଟେରି ବିସ୍ଫୋରଣର କାରଣ ଜଣାପଡିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.