କର୍ଣ୍ଣାଟକ ଅବସ୍ଥା ଦେଖି ବିହାର ପ୍ରତି ଭୟ: ତେଜସ୍ବୀ ଯାଦବ

କର୍ଣ୍ଣାଟକ ଅବସ୍ଥା ଦେଖିବା ପରେ ବିହାର ପ୍ରତି ଭୟଭୀତ ହୋଇ ସେମାନେ ଆମକୁ ‘ଟାର୍ଗେଟ୍‌’ କରୁଛନ୍ତି ବୋଲି ଆଜି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି।

ଜମି ପ୍ରତିବଦଳରେ ଚାକିରି ମାମଲାକୁ ଦେଶର ରାଜନୈତିକ ପରିବର୍ତ୍ତନ ସହିତ ସମ୍ପୃକ୍ତ କରାଯାଉଛି ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ମାଆ ରାବଡ଼ି ଦେବୀଙ୍କୁ ଜେରା କରିବା ପ୍ରସଙ୍ଗକୁ ଦର୍ଶାଇ ସେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।ସେ କହିଛନ୍ତି, ଏମିତି ହେବ ବୋଲି ଆମେ ଜାଣିଥିଲୁ। କର୍ଣ୍ଣାଟକ ଘଟଣା ଦେଖି ସେମାନେ ବିହାର ପ୍ରତି ଭୟଭୀତ ହୋଇ ଆମକୁ ‘ଟାର୍ଗେଟ୍‌’ କରୁଛନ୍ତି। ଭବିଷ୍ୟତରେ ସେମାନେ ମତେ ଏହି ମାମଲାରେ ସମ୍ପୃକ୍ତ କରାଇପାରନ୍ତି। ମୁଁ ପରବାୟ କରେନାହିଁ। ମୁଁ ନିର୍ଦୋଷ, ତେଣୁ ଭୟ କରୁନାହିଁ।

ସୂଚନାଯୋଗ୍ୟ, ଜମି ପ୍ରତିବଦଳରେ ଚାକିରି ମାମଲାରେ ସହିତ ସମ୍ପୃକ୍ତ ଥିବା ଆର୍ଥିକ ଦୁର୍ନୀତି ମାମଲାରେ ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କୁ ପ୍ରାୟ ୫ ଘଣ୍ଟା କାଳ ଜେରା କରିଥିଲା।

‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ’ ଅନୁଯାୟୀ ୬୮ ବର୍ଷୀୟ ରାବଡ଼ି ଦେବୀଙ୍କ ବୟାନ୍‌ ରେକର୍ଡ କରାଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି ଯେ, ଗତ ବର୍ଷ ମାର୍ଚ ମାସରେ ଏହି ମାମଲାରେ ଖାନତଲାସ କରିବା ବେଳେ ୧ କୋଟି ଟଙ୍କାର ଆୟ ବହିର୍ଭୂତ ନଗଦ ଟଙ୍କା ଜବତ କରାଯାଇଛି ଓ ଏଥିରେ ୬୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.