ବିଜ୍ଞାପନ ସରକାର ର 5T ର ପ୍ରକୃତ ଅର୍ଥ ହେଉଛି ଠକୁଥୁଲୁ ଠକୁଛୁ ଠକୁଥୁବୁ ଠୋକର ନ ମାରିବା ଯାଏଁ ଠକି ଚାଲିଥିବୁ

ସମ୍ବଲପୁର ତା.୨୨/୪ – ରାଜ୍ୟ ରେ ଦୀର୍ଘ ବର୍ଷ କାଳ ଧରି ଶାସନ କ୍ଷମତା ରେ ରହିଲା ପରେ ରାଜ୍ୟ ରେ 5T ବ୍ୟବସ୍ଥା କରାଗଲା । ରାଜ୍ୟ ସରକାର 5T କୁ ନେଇ ଯେଉଁ ପରିଭାଷା ଉଲ୍ଲେଖ କରନ୍ତି ତାହା ଆଜି ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇ ସାରିଛି । ରାଜ୍ୟ ସରକାର ଙ୍କ ର ସମସ୍ତ ବିଭାଗ କାର୍ଯ୍ୟକଳାପ ଦେଖିଲେ 5T ର ପ୍ରକୃତ ଅର୍ଥ ଏବେ ଜଣା ପଡୁଛି । 5T ର ପ୍ରକୃତ ଅର୍ଥ ହେଉଛି *ଠକୁଥୁଲୁ ଠକୁଛୁ ଠକୁଥୁବୁ ଠୋକର ନ ମାରିବା ଯାଏଁ ଠକି ଚାଲିଥିବୁ ।*
କାରଣ, ରାଜ୍ୟ ରେ ଦୀର୍ଘ ୨୫ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ କ୍ଷମତା ରେ ରହିଲା ପରେ ମଧ୍ୟ ରାଜ୍ୟବାସୀ ଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇଦେବାରେ ସମ୍ପୂର୍ଣ୍ଣ ବିଫଳ । ସରକାର ଙ୍କ ର ସମସ୍ତ ସଫଳତା କେବଳ ଓ କେବଳ ବିଜ୍ଞାପନ ରେ ସୀମିତ । ବିଜ୍ଞାପନ ସରକାର ର ସଫଳତା କେବଳ ସଭାସମିତି ଓ ଫାଇଲ ରେ ସୀମିତ ହୋଇ ରହିଛି ବୋଲି ଆଜି ସମ୍ବଲପୁର ରେ ଆଦୃତ ଏକ ସାମ୍ବାଦିକ ସମ୍ବିଳନୀ ରେ ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ଏହି ଅଭଯୋଗ କରିଛନ୍ତି ।
ଓଡିଶାର ପାନୀୟ ଜଳ ଯୋଗାଣ ପାଇଁ “ହର ଘର ମେଁ ନଲ ପେ ଜଲ” ଯୋଜନା ରେ କେନ୍ଦ୍ରର ମୋଦୀ ସରକାର ୧୦ ହଜାର କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । ହେଲେ ବିଶୁଦ୍ଧ ପାନୀୟ ଜଳ ଯୋଗେଇଦେବାରେ ରାଜ୍ୟ ସରକାର ବିଫଳ । ଅପରିଷ୍କାର ପାଣି ପିଇ କେଉଁଠି ହଇଜା ତ ଆଉ କେଉଁଠି ଜଣ୍ଡିସ ରେ ଲୋକେ ଆକ୍ରାନ୍ତ ଓ ମୃତ୍ୟୁବରଣ କରୁଛନ୍ତି । ଏବେ ସମ୍ବଲପୁର ରେ ପି.ଏଚ.ଡି ପାଣି ରେ ପୋକ ବାହାରିବା ଖବର ପ୍ରକାଶିତ ହେଲା ପରେ ଲୋକଙ୍କୁ ଭୟଭୀତ କରିଛି । ଏହା କଣ ୨୫ ବର୍ଷ ଶାସନ ର ରୂପାନ୍ତିକରଣ କି ବୋଲି ଡ଼. ରଥ ପ୍ରଶ୍ନ କରିଛନ୍ତି ।
ସେ ଆହୁରି ମଧ୍ୟ ଅଭଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ବିଭିନ୍ନ ଜଳ ସ୍ରୋତ ର ସୁରକ୍ଷା ଓ ଶୌଚାଳୟ ନିର୍ମାଣ ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ନାଁ ରେ ଶୌଚାଳୟ ନିର୍ମାଣ ପାଇଁ ରେ ହଜାର ହଜାର କୋଟି ଟଙ୍କା ର ଅନୁଦାନ ଦେଇଛନ୍ତି । ବିଶେଷ କରି ପୁଷ୍କରଣୀ ଗୁଡିକର ପୁନଃରୁଦ୍ଧାର ଓ ନିକଟବର୍ତ୍ତୀ ଅଞ୍ଚଳରେ ଶୌଚାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ପୋଖରୀ ତୁଠ ରେ ସାଇନ ବୋର୍ଡ ଜରିଆରେ ଵିଜ୍ଞାପନ ଦେଉଛନ୍ତି । କିନ୍ତୁ, ପ୍ରକୃତ ସ୍ଥିତି ସେଠାରେ ଠିକ ଓଲଟା ରହିଛି । କେବଳ ଯୋଜନା ନାଁ ରେ ବିଜ୍ଞାପନ ଦେଇ ସରକାରୀ ଅର୍ଥ କୁ ଠିକାଦାର ପୋଷଣ ନୀତି ଅବଲମ୍ବନ କରି ରାଜ୍ୟ ରାଜକୋଷ କୁ ହରିଲୁଟ କରିବା ଛାଡା ଆଉ କୌଣସି କାମ ହେଉ ନାହିଁ ।
ସେହିଭଳି ସମ୍ବଲପୁର ରେ ଉଠା ଦୋକାନୀ ଙ୍କ ପାଇଁ ଭେଣ୍ଡିଙ୍ଗ ଜୋନ ତିଆରି ନ କରି ଗରିବ ଦୋକାନୀ ଙ୍କୁ ଉଠେଇବା ବହୁତ ନିନ୍ଦନୀୟ ଓ ଦୁର୍ଭାଗ୍ୟ ର କଥା । ଗରିବ ଉଠା ଦୋକାନୀ ମାନେ କିଛି ବ୍ୟବସାୟ କରି ଅଳ୍ପ ଅର୍ଥ ଆୟ କରି ପରିବାର ର ଭରଣପୋଷଣ କରୁଛନ୍ତି ।କୌଣସି ପ୍ରକାର ସ୍ଥାୟୀ ବ୍ୟବସ୍ଥା ନ କରି ଦୋକାନୀ ମାନଙ୍କୁ ତଡି ଦିଆଗଲେ ସେମାନେ ଚଳିବେ କେମିତି..? ସମ୍ବଲପୁର କୁ ମହାନଗର ନିଗମ ଘୋଷଣା କୁ ଦୀର୍ଘ ୧୧ ବର୍ଷ କାଳ ବିତିଗଲା ପରେ ମଧ୍ୟ୍ୟ ପୌର ନିର୍ବାଚନ ନ ହେବା ଦୁର୍ଭାଗ୍ୟ ର ବିଷୟ । ମହାନଗର ନିଗମ ଅଞ୍ଚଳ ରେ ନିର୍ବାଚିତ ପ୍ରତିନିଧି ନ ଥିବାରୁ ସାଧାରଣ ଲୋକେ ନିଜର ପୌର ସମସ୍ୟା ର ସମାଧାନ ପାଇଁ ବହୁତ ହଇରାଣ ହରକତ ହେଉଛନ୍ତି । ସହର ରେ ଯୁଆଡେ ଦେଖିଲେ ଅଳିଆ ଆବର୍ଜନା ର ପାହାଡ଼ ଦିଶୁଛି । ଦୀର୍ଷ ବର୍ଷ ଧରି ପ୍ରଶାସନିକ ବ୍ୟବସ୍ଥା ରେ ରହିଥିବା ସମ୍ବଲପୁର ମହାନଗର ନିଗମ ଦୁର୍ନୀତି ର ଗନ୍ତାଘର ସାଜିଛି ବୋଲି ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ଅଭଯୋଗ କରିଛନ୍ତି ।
ଆଜିର ସାମ୍ବାଦିକ ସମ୍ବିଳନୀ ରେ ବିଜେପି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମଲେଶ୍ୱରୀ ମଣ୍ଡଳ ସଭାପତି ଶମ୍ଭୁ ବା୍ରେଲିଆ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.