ପିତାଙ୍କ ଶେଷକୃତ୍ୟ ସମୟରେ ଟ୍ରୋଲ୍‌ ହେଲେ ଆୟୁଷ୍ମାନ

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ପରିବାର ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି। ଶୁକ୍ରବାର ଅଭିନେତା ତାଙ୍କୁ ପିତାଙ୍କୁ ହରାଇଛନ୍ତି। ଆୟୁଷ୍ମାନଙ୍କ ପିତା ଦେଶର ଜଣେ ଜଣାଶୁଣା ଜ୍ୟୋତିଷ ଥିଲେ। ଆୟୁଷ୍ମାନ ଏବଂ ତାଙ୍କ ଭାଇ ଉପାଶକ୍ତି ଶନିବାର ପିତାଙ୍କ ଶେଷ ରୀତିନୀତି କରିଥିଲେ। ଅନ୍ତିମ ସଂସ୍କାରର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଏଭଳି ଦୁଃଖଦ ଘଟଣାରେ ଲୋକମାନେ ଅଭିନେତାଙ୍କୁ ଟ୍ରୋଲ୍‌ କରିଛନ୍ତି।

ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ଦେଖିବେ ପିତାଙ୍କ ଶେଷ ରୀତିନୀତି ସମୟରେ ଆୟୁଷ୍ମାନ ଏବଂ ତାଙ୍କ ଭାଇ କଳା ଚଷମା ଲଗାଇଛନ୍ତି। ଏହା ଦେଖି ୟୁଜରମାନେ ଦୁଇ ଭାଇଙ୍କୁ ଟ୍ରୋଲ୍‌ କରିଛନ୍ତି।

ଟ୍ରୋଲ କରୁଥିବା ଜଣେ ବ୍ୟକ୍ତି ମନ୍ତବ୍ୟରେ ଲେଖିଛନ୍ତି, ପିତାଙ୍କ ଶେଷକୃତ୍ୟ ସମୟରେ କଳା ଚଷମା ପିନ୍ଧିବା ଆବଶ୍ୟକ କି? ଏଥି ସହିତ, ଅନ୍ୟ ଜଣେ ଲେଖିଛନ୍ତି, ବଲିଉଡର୍‌ ସୌକିଆ ବାବୁଭାୟା। ବାପା ଚାଲିଯାଇପାରନ୍ତି କିନ୍ତୁ ଚଷମା ଯିବନି। କିଛି ୟୁଜର ଆୟୁଷ୍ମାନଙ୍କୁ ସପୋର୍ଟ ବି କରିଛନ୍ତି। କହିଛନ୍ତି, ଭାଇ ଆପଣ କିଛି ଶୁଣନ୍ତୁନି। ଆମେ ଆପଣଙ୍କ ସହ ଅଛୁ।

Leave A Reply

Your email address will not be published.