ସାବତ ଝିଅକୁ ‌ନିଜ ଝିଅ ପରି ଶ୍ରଦ୍ଧା କରୁଛନ୍ତି ଅଭିନେତ୍ରୀ

ନିର୍ଯାତନା ଦେଉଥିବା ସ୍ବାମୀ ଶାଲିନଙ୍କଠାରୁ ଅଲଗା‌ ହୋଇ ଏବେ ନୂଆ ଜୀବନସାଥୀ ପାଇ ସାରିଛନ୍ତି ଟିଭି ଅଭିନେତ୍ରୀ ଦଲଜିତ କୌର। ସେ ଦ୍ବିତୀୟ ବିବାହ କରି ନିଜର ଏକ ନୂଆ ସଂସାର ବସାଇଛନ୍ତି। ସେ କେନିଆରେ ନିଜ ପତି ଓ ପିଲାମାନଙ୍କ ସହ ନୂଆ ବୈବାହିତ ଜୀବନକୁ ଉପଭୋଗ କରୁଛନ୍ତି। ତେବେ ବିବାହ ପରଠାରୁ ଦଲଜିତଙ୍କୁ ଟ୍ରୋଲର୍ସ ବିଭିନ୍ନ କଥାକୁ ନେଇ ଟ୍ରୋଲ୍‌ କରୁଛନ୍ତି।

ନିକଟରେ ଦଲଜିତଙ୍କୁ ତାଙ୍କ ସାବତ ଝିଅଙ୍କ ସହ ନାଚୁଥିବାର ଦେଖି ପ୍ରଶଂସକ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ସାବତ ଝିଅକୁ ଦଲଜିତ ନିଜ ଝିଅ ପରି ଆପଣେଇ ନେଇଥିବା‌ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଖୁବ୍ ପସନ୍ଦ କରିଛନ୍ତି। ୪୦ ବର୍ଷୀୟା ଦଲଜିତ ବିବାହ ପରେ ସ୍ଥାୟୀ ଭାବେ କେନ୍ୟ‌ାରେ ବସବାସ କରୁଛନ୍ତି। ସେ କେନ୍ୟାରେ ରହି ନିଜର ପ୍ରଶଂସକମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତର ଅପ୍‌ଡେଟ୍‌ ଦେଉଛନ୍ତି।

ନିକଟରେ ସେ ଏକ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓରେ ସେ ତାଙ୍କ ସାବତ ଝିଅଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛନ୍ତି। ମାଆ-ଝିଅଙ୍କ ମଧ୍ୟରେ ଥିବା ଘନିଷ୍ଠତା ଏହି ଭିଡିଓରେ ପରିଷ୍କାର ଦେଖିବାକୁ ମିଳିଛି। ସେ ଦୁଇ ଜଣ ଯାକ ଏକ ଇଂରାଜୀ ଗୀତରେ ଚାଚୁଥିବା ବେଳେ ସାଙ୍ଗରେ ଜଣେ କୋରିଓଗ୍ରାଫର୍‌ ବି ଅଛନ୍ତି।

ଉଲ୍ଲେଖଯୋଗ୍ୟ, ବିଗ୍ ବସ୍ ୧୬ ପ୍ରତିଯୋଗୀ ତଥା ଅଭିନେତା ଶାଲିନ୍ ଭାନୋଟଙ୍କ ପୂର୍ବ ପତ୍ନୀ ଦଲଜିତ କୌରଙ୍କୁ ପୁଣି ଥରେ ଭଲପାଇବା ମିଳିଛି। ଶାଲିନଙ୍କଠାରୁ ଅଲଗା ହେବା ପରଠାରୁ ଏକାକୀ ଜୀବନ ବଞ୍ଚୁଥିଲେ ଦଲଜିତ। ହେଲେ ଏବେ ତାଙ୍କ ହାତ ଧରି ସାରିଛନ୍ତି ଫାଇନାନ୍ସ କମ୍ପାନିରେ କାମ କରୁଥିବା ବ୍ରିଟେନର ନିଖିଲ ପଟେଲ। ଜାନୁଆରି ୩ରେ ନେପାଳରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ବେଳେ ମାର୍ଚ୍ଚରେ ଦୁହିଁଙ୍କ ବିବାହ ହୋଇସାରିଛି।

Leave A Reply

Your email address will not be published.