ବାଦଲଫଟା ବର୍ଷା, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାରେ ଗତକାଲି ପ୍ରବଳ ବର୍ଷା ହୋଇଛି। ହାଇଦ୍ରାବାଦରେ ବାଦଲଫଟା ବର୍ଷା ଯୋଗୁଁ ବାଚୁପାଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ ଚାରି ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ପୋଲିସ ଏହି ସୂଚନା ଦେଇଛି। ବାଚୁପାଲ୍ଲୀ ପୋଲିସ କହିଛି ଯେ ଏହି ଘଟଣା ମଙ୍ଗଳବାର ରାତିରେ ଘଟିଛି। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ହେଉଛନ୍ତି ଓଡିଶା ଏବଂ ଛତିଶଗଡରୁ ଆସିଥିବା ପ୍ରବାସୀ ଶ୍ରମିକ। ପୋଲିସ କହିଛି ଯେ ବୁଧବାର ସକାଳେ ମେସିନ ସହାୟତାରେ ଖୋଳାଯିବା ପରେ ଶବ ଗୁଡିକୁ ଉଦ୍ଧାର କରାଯାଇଛି ।

ମଙ୍ଗଳବାର ହାଇଦ୍ରାବାଦ ଏବଂ ତେଲେଙ୍ଗାନାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜୀବନ ବ୍ୟାହତ ହୋଇଛି। ସହରର ଅନେକ ସ୍ଥାନରେ ଜଳସ୍ତର ଯୋଗୁଁ ଟ୍ରାଫିକ୍ ବାଧାପ୍ରାପ୍ତ ହୋଇଥିଲା। ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀଙ୍କ ଅନୁଯାୟୀ ଡିଆରଏଫର ଟିମକୁ ଜଳ ନିଷ୍କାସନ ଏବଂ ରାସ୍ତାରେ ପଡିଥିବା ଗଛ କାଟିବା କାମରେ ଲଗାଯାଇଛି ।

କେବଳ ହାଇଦ୍ରାବାଦ ଏବଂ ତେଲେଙ୍ଗାନା ନୁହେଁ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ସହିତ ଏହି ଅଞ୍ଚଳରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଛି। କେବଳ ଜରୁରୀକାଳୀନ ସମୟରେ ଲୋକମାନେ ଘରୁ ବାହାରକୁ ପରାମର୍ଶ ଦିଆଯାଇଛି। ପ୍ରବଳ ଝଡ଼ ଓ ବର୍ଷା ଯୋଗୁଁ ଜଳ ଯୋଗାଣ ମଧ୍ୟ ବ୍ୟାହତ ହୋଇଛି। ଅନେକ ସ୍ଥାନରେ ଇଲେକ୍ଟ୍ରିକ୍ ପୋଲ ମଧ୍ୟ ଖସିପଡିଛି, ଯେଉଁ କାରଣରୁ ଲୋକଙ୍କ ଘରେ ବିଦ୍ୟୁତ୍ ଠପ୍ ହୋଇଛି।

Leave A Reply

Your email address will not be published.