ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି

ଭୁବନେଶ୍ୱର: ଗତକାଲି ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଉ ଆଜି ବିଜେପି ସୋର ବିଧାନସଭା ପ୍ରାର୍ଥୀ ବଦଳାଇଛି । ରାଜୁ ଦାସଙ୍କୁ ପରିବର୍ତ୍ତନ କରି ପର୍ଶୁରାମ ଧଡ୍ଡାଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ସୋର ବିଧାନସଭା ପାଇଁ ରାଜୁ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ନିକଟରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ପର୍ଶୁରାମ ଧଡ୍ଡା। ଦଳ ତାଙ୍କୁ ଆଜି ସୋର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି।

ସୂଚନା ଥାଉକି ଯେ, ୨୦୧୪ରେ ବିଜେଡିରୁ ବିଧାୟକ ଭାବେ ପର୍ଶୁରାମ ଧଡା ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ପୁଣି ତାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ୨୦୨୪ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନଥିଲା। ଯେଉଁଥିପାଇଁ ଧଡ୍ଡା ବିଜେଡିରୁ ଇସ୍ତଫା ଦେଇଥିଲେ। ଦଳୀୟ ପ୍ରାର୍ଥୀ ଭାବେ ରାଜୁ ଦାସଙ୍କ ନାଁ ବିଜେପି ଘୋଷଣା କରିବାର ପ୍ରାୟ ମାସେରୁ ଊର୍ଦ୍ଧ୍ବ ସମୟ ବିତିବା ପରେ ବି ସେ ପ୍ରଚାର ମଇଦାନକୁ ଓହ୍ଲାଇ ପାରିଲେନି। ଅନ୍ୟପକ୍ଷରେ ପ୍ରାର୍ଥୀ ପରିବର୍ତ୍ତନ ଦାବିକୁ ଜୋରଦାର କରିଛନ୍ତି ଦଳୀୟ କର୍ମକର୍ତ୍ତା।

Leave A Reply

Your email address will not be published.