ଶିମିଳିପାଳରେ ବନରକ୍ଷୀଙ୍କୁ ଗୁଳି କରି ହତ୍ୟା ଘଟଣା: ୧୦ ଚିହ୍ନଟ, ଦୁଇ ଶିକାରୀ ଗିରଫ

ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା ଘଟଣାରେ ୱାଇଲଡ ଲାଇଫ ପିସିସିଏଫ ସୁଶୀଲ କୁମାର ପୋପଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ଏଯାଏ ୧୦ଜଣଙ୍କୁ ଚିହ୍ନଟ କରାଯାଇଛି। ଦୁଇ ଶିକାରୀଙ୍କୁ ଗିରଫ ବି କରାଯାଇଛି। ଅଭିଯୁକ୍ତଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି। ଜଙ୍ଗଲରେ ବନ ବିଭାଗ ଓ଼ ପୁଲିସର ୫ଟି ଟିମ ଗଠନ କରି ଗତକାଲି ରାତିରୁ ମିଳିତ କମ୍ବିଙ୍ଗ ଅପରେସନ ଚାଲିଛି। ଡିଜି ଓ଼ ଅତିରିକ୍ତ ଡିଜିଙ୍କ ସହ ମୁଁ ନିଜେ ଗତକାଲି କଥା ହୋଇଛି।

ପିସିସିଏଫ ଆହୁରି କହିଛନ୍ତି, ଶିକାରୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।  ପେଟ୍ରୋଲିଙ୍ଗ କରିବା ବେଳେ କୁଟୁରାକୁ ଶିକାର କରି ଶିକାରୀ ନେଇଯାଉଥୁବା ଦେଖିବାକୁ ପାଇଥିଲେ। ୫ ରୁ ୬ ଜଣ ଶିକାରୀ ଆସିଥିଲେ। ତାଙ୍କ ପଛ ପଟେ ୧୦ ଜଣ ଥିବା ବନ କର୍ମଚାରୀମାନେ ଦେଖିଛନ୍ତି। ସେମାନେ ବନ କର୍ମଚାରୀଙ୍କୁ ଗୁଳି କରି  ଫେରାର ହୋଇଯାଇଥିଲେ। ପ୍ରାଥମିକ ସୂଚନାରୁ ସମସ୍ତ ଶିକାରୀ ନିକଟସ୍ଥ ଅଞ୍ଚଳର ବୋଲି ଜଣା ପଡ଼ିଛି।

ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟା ୬ଟା ସମୟରେ ଶିମିଳିପାଳ ଉତ୍ତର ଡିଭିଜନର ଶେଷସୀମା ଓ ଦକ୍ଷିଣ ଡିଭିଜନର ଆରମ୍ଭରେ ଥିବା ବାଉଁଶଖାଲ ବିଟ୍‌ ହାଉସ୍‌ ପାଖରେ କିଛି ଶିକାରୀ ମାରଣାସ୍ତ୍ର ସହ ବୁଲୁଥିବା ଖବର ପାଇଥିଲା ବନ ବିଭ‌ାଗର ପାଟ୍ରୋଲିଂ ସ୍କ୍ବାଡ୍‌। ସେମାନଙ୍କୁ ଧରିବା ଲାଗି ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଅନ୍ଧାରର ସୁଯୋଗ ନେଇ ଗଛ ଆଢ଼ୁଆଳରୁ ବନ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଶିକାରୀ। ପାଲଟା ଆକ୍ରମଣରେ ବନ କର୍ମଚାରୀ ମଧ୍ୟ ଗୁଳି ଚଳାଇଥିଲେ। ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଟଳି ପଡ଼ିଥିଲେ ବନରକ୍ଷୀ ବିମଳ। ସାଥୀ କର୍ମଚାରୀ ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଖବର ଦେବାପରେ ଏକ ସ୍ବତନ୍ତ୍ର ଟିମ୍‌ ପୁଲିସ ଫୋର୍ସଙ୍କୁ ନେଇ ଜଙ୍ଗଲ ଭିତରକୁ ଯାଇଛି। ରାତିରେ ବିମଳଙ୍କ ମୃତଦେହ ବାରିପଦା ପିଆରଏମ୍ ମେଡିକାଲ କଲେଜକୁ ଅଣାଯାଇଥିଲା।

Leave A Reply

Your email address will not be published.