ମାଂସପେଶୀରେ ଅସ୍ତ୍ରୋପଚାର ପାଇଁ ଧୋନୀ ଯିବେ ଲଣ୍ଡନ

ରାଂଚୀ : ଗତ ସପ୍ତାହରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁଠାରୁ ଚେନ୍ନଇ ହାରିବା ପରେ ଭେଟେରାନ ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ପଡ଼ିଆରୁ ଚାଲିଯିବା ପରଠାରୁ ଆଇପିଏଲ୍ କ୍ରିକେଟ ଆଉ ଖେଳିବେ କି ନାଇ ଏମଏସ ଧୋନିଙ୍କ ବିଷୟରେ କଳ୍ପନାଜଳ୍ପନା ଜାରି ରହିଛି। ମାଂସପେଶୀରେ ଆଘାତ ସମସ୍ୟାର ଅସ୍ତ୍ରୋପଚାର ପାଇଁ ଧୋନୀ ଯିବେ ଲଣ୍ଡନ । ରିପୋର୍ଟ ମୁତାବକ ଧୋନୀ ତାଙ୍କ ଆଘାତର ସମସ୍ୟାର ସମାଧାନ ପାଇଁ ଲଣ୍ଡନ ଯିବେ । ସେଠାରେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

ଚିକିତ୍ସା ପରେ ସେ ଅବସର ନେବି କି ନାହି ତାହା ସ୍ପଷ୍ଟ କରିବେ । ଯଦି ଅସ୍ତ୍ରୋପଚାର ହୁଏ ତେବେ ସେ ଅତି କମରେ ୫ରୁ୬ ମାସ ବିଶ୍ରାମ ନେବେ । ଏହା ପରେ ସେ ଆଇପିଏଲରେ ଖେଳିବେ କି ନାହିଁ ତାହା ଜଣା ପଡିବ । ଏବେ ଧୋନୀଙ୍କ ଅବସର ନେଇ ଆଲୋଚନା ଜୋର ଧରିଥିବା ବେଳେ ଧୋନୀ କିମ୍ବା ଚେନ୍ନାଇ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ଧୋନୀ ଆଇପିଏଲରେ ସବୁଠାରୁ ଲମ୍ବା ଛକା(୧୧୦ ମିଟର) ମାରିଛନ୍ତି । ଆରସିବି ବିପକ୍ଷରେ ସେ ୧୩ ବଲରୁ ୨୫ ରନ କରି ଆଉଟ ହୋଇଥିଲେ ।

ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଟାଇଟଲ ହାସଲ କରିଛି । ସେ ଓଭରାଲ ୨୬୪ ଆଇପିଏଲ ମ୍ୟାଚ ଖେଳି ୫୨୪୩ ରନ କରିଛନ୍ତି । ଏଥିରେ ୨୪ ଅର୍ଦ୍ଧଶତକ ସାମିଲ । ଏଥିରେ ୨୫୨ ଛକା ଓ ୩୬୩ ଚୌକା ସାମିଲ ।

Leave A Reply

Your email address will not be published.