ବଢ଼ିବାରେ ଲାଗିଛି କେଜ୍ରିୱାଲଙ୍କ ଅଡୁଆ

ନୂଆଦିଲ୍ଲୀ: ବଢ଼ିଲା ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜଡିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ । କେଜରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନ୍ୟାୟିକ ହେପାଜତ ସାରୁଥିବା ବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଶୁଣାଣୀ ବେଳେ କୋର୍ଟ ପୁଣିଥରେ ତାଙ୍କ ନ୍ୟାୟିକ ହେପାଜତର ସମୟ ବୃଦ୍ଧି କରିଛନ୍ତି।

ସୂଚନା ଅନୁସାରେ, ଆଜି କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଶେଷ ହେବା ପରେ ତାଙ୍କୁ ତିହାର ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ଏଠାରୁ କୋର୍ଟ ମଖ୍ୟମନ୍ତ୍ରୀଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ସୁଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ସେବେଠାରୁ ସେ ତିହାର ଜେଲରେ ଅଛନ୍ତି। ତେବେ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟଙ୍କଠାରୁ ଜୁନ ୧ ପର୍ଯ୍ୟନ୍ତ ଅସ୍ଥାୟୀ ଜାମିନରେ ଆସିଥିଲେ କେଜ୍ରିୱାଲ। ଭୋଟ ଶେଷ ହେବା ପରଦିନ ଅର୍ଥାତ୍ ଜୁନ ୨ ରେ ସେ ପୁଣିଥରେ ଆତ୍ମସମର୍ପଣ କରିଥିଲେ।

Leave A Reply

Your email address will not be published.