ଭୁବନେଶ୍ବର: ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦର । ଖାଉଟିଙ୍କ ମୁଣ୍ଡରେ ଏବେ ଚଡକ ପଡିଛି । ଦିନେ ଯେଉଁ ପରିବା ୨୦, ୩୦ରେ ମିଳୁଥିଲା, ତାହା ଏବେ ୮୦, ୧୦୦ ଛୁଇଁଲାଣି । କ’ଣ ଖାଇବେ, କେଉଁ ପରିବା କିଣିବେ ଲୋକେ ଚିନ୍ତାରେ ପଡିଥିବା ବେଳେ ଏବେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପରିବା ଦର ବୃଦ୍ଧି ନେଇ ଲୋକଙ୍କୁ ଜିନ୍ତା ନକରିବା ପାଇଁ କହିଛନ୍ତି ମନ୍ତ୍ରୀ ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ଆଳୁ, ପିଆଜ ଇତ୍ୟାଦି ଯୋଗାଇ ଦେବା ପାଇଁ ନାଫେଡକୁ କୁହାଯିବ । ଏହା ସହିତ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ତିଆରି ହେବ ବୋଲି ବଡ ଘୋଷଣା କରିଛନ୍ତି ମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ।
ଖୁବଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅନ୍ୟ ପକ୍ଷରେ ହୋର୍ଡିଂ ଉପରେ ମଧ୍ୟ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।